ଝାରସୁଗୁଡ଼ା: ଜିଲ୍ଲାର ବକ୍ସି ଛକ ଲହଣ୍ଡାବୁଡ଼ ରାସ୍ତାର ମରାମତି କାର୍ଯ୍ୟ ଦୀର୍ଘ ବର୍ଷ ହେବ କରାଯାଇନାହିଁ । ଫଳରେ ବ୍ୟାପକ ଧୂଳି ଉଡିବା ସହ ବର୍ଷା ଦିନେ ପାଣି କାଦୁଅରେ ଯାତାୟତ କରିବା ଦୁର୍ବିସହ ହୋଇପଡିଛି । ଏନେଇ ଶନିବାର ସ୍ଥାନୀୟ ଲୋକେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଛନ୍ତି ।
ଏ ରାସ୍ତାର ଅବସ୍ଥା ଏତେ ମାତ୍ରାରେ ଖରାପ ହୋଇଛି ଯେ, ଭାରିଯାନ ଚଳାଚଳ ତ ଦୂରର କଥା ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଛି । ଏହାସହ ଉକ୍ତ ରାସ୍ତା ଦେଇ ବାଲି ଓ ପାଉଁଶ ନେଇ ଭାରିଯାନ ଯାଉଥିବାରୁ ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି।