ଝାରସୁଗୁଡ଼ା: ସହରକୁ ଲାଗିଥିବା ଛୋଟିଆ ଗାଁ ପଞ୍ଚପଡାରେ ରୁହନ୍ତି ଦୃଷ୍ଟିହୀନ ଯୁବକ ଭୀମ ସା । ଦୃଷ୍ଟିବାଧିତ ହୋଇ ବି କେବଳ ସ୍ପର୍ଶରେ ସବୁଥିରେ ପାରଙ୍ଗମ ଏହି ଦିବ୍ୟାଙ୍ଗ । ଶରୀରରୁ ସିନା ଅକ୍ଷମ ମାତ୍ର ମନୋବଳ ଠିକ ଏହାର ବିପରୀତ ।
ଜନ୍ମରୁ ଜଣେ ଦୃଷ୍ଟିବାଧିତ ହୋଇ ବି ଭୀଙ୍କ ପାଖରେ ଭରିରହିଛି ଭରପୁର କଳା । ଇଚ୍ଛାଶକ୍ତି ଯୋଗୁଁ ସେ ଡିଜିଟାଲ ଇଣ୍ଡିଆର ମନ୍ତ୍ରକୁ ଠିକ ବୁଝିପାରିଛନ୍ତି । ନିଜର ଇଛାଶକ୍ତି ଯୋଗୁ ସ୍ମାର୍ଟ ମୋବାଇଲ ଫୋନ ନଦେଖି ମଧ୍ୟ ସେ ତାହା ବ୍ୟବହାର କରିପାରନ୍ତି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଅବିକଳ ନକଲ କରି ଚର୍ଚ୍ଚା ସାଉଣ୍ଟିଛନ୍ତି ଏହି ଯୁବକ । ସେହିପରି ବାଲ୍ଟି ସାହାଯ୍ୟରେ ବାଦ୍ୟ ବଜାଇ ହିନ୍ଦୀ ଓଡ଼ିଆ ଓ ସମ୍ବଲପୁରୀ ଗୀତ ଅତି ସୁନ୍ଦର ଭାବରେ ଗାଇ ପାରୁଛନ୍ତି ସେ ।