ଝାରସୁଗୁଡା: ଗତ ୧୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ଷେତ୍ରମଣି କୁସୁମଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟଣାକୁ ବିଜେପି ଯୁବ ମୋର୍ଚ୍ଚା ବିରୋଧ କରିଛି । ମୋର୍ଚ୍ଚା ଏହି ଘଟଣାକୁ ବିରୋଧ କରି ଝାରସୁଗୁଡା ଷ୍ଟେସନ ଛକ ଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଇସ୍ତଫା ଦାବି କରାଯିବା ସହ କୁଶପୁତ୍ତଳିକା ଦାହ କରିଛି ।
ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି ଯୁବମୋର୍ଚ୍ଚା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ଷେତ୍ରମଣି କୁସୁମଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟଣାକୁ ବିଜେପି ଯୁବ ମୋର୍ଚ୍ଚା ବିରୋଧ କରିଛି ।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଲଇକେରା ବ୍ଲକ ଖୁଣ୍ଟମାଲ ପଂଚାୟତ ଜାଳିମାଲ ଗାଁର କ୍ଷେତ୍ରମଣି କୁସୁମ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଚିକିତ୍ସା ଅବହେଳାରୁ କ୍ଷେତ୍ରମଣିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରାଯାଇଥିଲା । ଏହା ସହିତ ମୃତଦେହକୁ ସାଲାଇନ ଦେବା ଭିଡିଓ ଭାଇରାଲ ହୋଇଥିଲା। ଆଗାମୀ ଦିନରେ ଯଦି ଜିଲ୍ଲାରେ ସ୍ଵାସ୍ଥ୍ୟ ଅବସ୍ଥା ସୁଦୃଢ଼ ନହେବ ଓ ଡାକ୍ତର ଅଭାବ ଲାଗି ରହିବ ତାହାହେଲେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ