ଝାରସୁଗୁଡ଼ା:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଷ୍ଟାଫ୍ କ୍ବାଟରରେ ରୋଷେୟାଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ବିଜେପି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଘେରିବା ଆରମ୍ଭ କରିଦେଇଛି । ବିରୋଧୀ ବିଜେପି ଏହି ଅଘଟଣକୁ ହତ୍ୟାକାଣ୍ଡ ଦର୍ଶାଇ ଅଯଥାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବଦନାମ କରୁଥିବା ପାଲଟା ଅଭିଯୋଗ କରିଛି ଝାରସୁଗୁଡ଼ା ବିଜେଡି । ନବଦାସଙ୍କ ଷ୍ଟାଫ୍ କ୍ବାଟରରେ ରୋଷେୟାଙ୍କ ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ନବଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲା ବିଜେପି ।
ବିଜେପିର ଏଭଳି କାଣ୍ଡ ବିରୋଧରେ ପ୍ରତିବାଦ କରିଛି ଝାରସୁଗୁଡ଼ା ବିଜେଡି । ବିରୋଧୀ ବିଜେପି ଏହି ଅଘଟଣକୁ ହତ୍ୟାକାଣ୍ଡ ଦର୍ଶାଇ ରାଜନୀତି କରୁଥିବା ଝାରସୁଗୁଡା ବିଜେଡି ଅଭିଯୋଗ କରିଛି । ଏହାକୁ ନେଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଝାରସୁଗୁଡ଼ା ବିଜେଡି ଟାଉନ ସଭାପତି ସନ୍ଦୀପ ଅୱସ୍ତି ଓ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାଏ ଚୌଧୁରୀଙ୍କ ନେତୃତ୍ବରେ ଝାରସୁଗୁଡ଼ା ଏହି ସାମ୍ବାଦିକ ସମ୍ମିଳନୀ କରିଥିଲା । ଏଥିରେ ବିଜେଡିର ଅନ୍ୟ କିଛି ନେତା ମଧ୍ୟ ଉପସ୍ଥିତ ରହିଥିଲେ ।