ଓଡିଶା

odisha

By

Published : Aug 6, 2019, 10:16 PM IST

ETV Bharat / state

ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଲୋକଙ୍କୁ ବୁଝାଇବ ବିଜେପି

370 ଧାରା ଉଚ୍ଛେଦ ପ୍ରସଙ୍ଗରେ ଝାଡସୁଗୁଡାର ସବୁ ବୁଥକୁ ଯାଇ ବିଜେପି ଲୋକଙ୍କୁ ବୁଝାଇବ । ଦଳର ରାଷ୍ଟ୍ରୀୟ ମହାସଚିବ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ରାଜ୍ୟର ସବୁ ବୁଥକୁ ଯାଇ ବିଜେପି ଲୋକଙ୍କୁ 370 ଧାରା ଉଚ୍ଛେଦ ପ୍ରସଙ୍ଗରେ ବୁଝାଇବା । ଏହାସହ ସଦସ୍ୟତା ଅଭିଯାନକୁ ଜୋରଦାର କରିବା ଏଥିପାଇଁ ବୁଥସ୍ତରରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ପତ୍ର ପଠାଯିବ । ସବୁ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଦଳକୁ ବୁଥସ୍ତରରୁ ମଜବୁତ କରିବାକୁ ପ୍ଲାନ କରିଛି ଦଳ । ଏନେଇ ଝାରସୁଗୁଡାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ପାର୍ଲିଆମେଣ୍ଟରେ କାଶ୍ମୀର ପ୍ରସଙ୍ଗରେ ସମର୍ଥନ କରିଥିବା ସବୁ ରାଜନୈତିକ ଦଳଙ୍କୁ ଧନ୍ୟବାଦ ଦେଇଛନ୍ତି ଅରୁଣ ସିଂହ । ଝାରସୁଗୁଡାରେ ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲାର ସଦାସ୍ୟତା ଅଭିଯାନର ସମୀକ୍ଷା କରିବା ଅବସରରେ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ଆସନ୍ତା 11 ତାରିଖ ବଦଳରେ 30 ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଚାଲିବ ବୋଲି କହିଥିଲେ । ଏହି ସମୀକ୍ଷା ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଦଳୀୟ ବିଧାୟକଙ୍କ ସହ ବିଜେପି ଦଳର ନେତା ଯୋଗଦେଇ ଥିଲେ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details