ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ କରିଛି ବିଜେପି । ଏନେଇ ସ୍ଥାନୀୟ ବିଜେପି ନେତା ଦିନେଶ ଜୈନଙ୍କ ନେତୃତ୍ତ୍ବରେ ଶତାଧିକ ବିଜେପି କର୍ମୀ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାରେ ସମସ୍ତ ଭାରିଯାନ ଚଳାଚଳ ବନ୍ଦ ରହିଥିଲା ।
ବିଜେପି ଅଭିଯୋଗ କରିଛି ଯେ, ଡାକ୍ତରଖାନା ରାସ୍ତାରେ ଶିଳ୍ପାନୁଷ୍ଠାନ ପାଇଁ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଟି ଖାଲଖମାରେ ପରିଣତ ହୋଇଛି । ଫଳରେ ଡ଼ାକ୍ତରଖାନାକୁ ରୋଗୀ ଓ ଆମ୍ବୁଲାନ୍ସ ଯାତାୟତରେ ବାଧା ସୃଷ୍ଟି ହେଉଛି । ବହୁ ସମୟରେ ଦୁର୍ଘଟଣାରେ ରୋଗୀ ଓ ସମ୍ପର୍କୀୟମାନେ ମୃତାହତ ହେଉଛନ୍ତି । ତୁରନ୍ତ ରାସ୍ତା ମରାମତି ସହିତ ଡାକ୍ତରଖାନା ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଦଳ ତରଫରୁ ବାରମ୍ବାର ଦାବି କରାଯାଇ ଆସୁଛି । ମାତ୍ର ପ୍ରଶାସନ ସମେତ PWD କର୍ତ୍ତୃପକ୍ଷ ଦୀର୍ଘଦିନ ହେଲା ଅବହେଳା ପ୍ରଦର୍ଶନ କରୁଛନ୍ତି ।