ଝାରସୁଗୁଡା: ମଙ୍ଗଳବଜାର ହସ୍ପିଟାଲର ରୂପାନ୍ତରୀକରଣକୁ ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଝାରସୁଗୁଡା BTM ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଝାରସୁଗୁଡ଼ା ମଙ୍ଗଳବଜାର ହସ୍ପିଟାଲ ଅନୁମୋଦନକୁ ନେଇ ଆଲୋଚନା ହୋଇଥିଲା । ଅନ୍ୟପଟେ ମଙ୍ଗଳବଜାର ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ ଓ ସିଟି ହସ୍ପିଟାଲ ଘୋଷଣା ନହେବା ଯାଏଁ ଭାରତୀୟ ଜନତା ପାର୍ଟି ସ୍ଵର ଉତ୍ତୋଳନ କରିବ ବୋଲି ବିଜେପି ନେତା କହିଛନ୍ତି ।
ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀ କହିଛନ୍ତି, "ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନଙ୍କ ଚକ୍ରାନ୍ତ ଦ୍ଵାରା ଏହି ହସ୍ପିଟାଲକୁ ଜନଗହଳି ଏବଂ ସର୍ବ ସମ୍ପନ୍ନ ସ୍ଥାନରୁ ଏକ ନିଛାଟିଆ ଯାଗାକୁ ତରବରିଆ ଭାବରେ ସ୍ଥାନାନ୍ତରଣ କରି ଜିଲ୍ଲାବାସୀଙ୍କୁ ଠକି ଦେଇଛନ୍ତି । ଯାହା ଦୁର୍ଭାଗ୍ୟଜନକ ଅଟେ । ତରବରିଆ ଓ ମନମୁଖୀ ଭାବେ ସ୍ଥାନାନ୍ତରଣ ସମୟରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଉକ୍ତ ଡାକ୍ତରଖାନାକୁ ସିଟି ହସ୍ପିଟାଲ୍ କିମ୍ଵା ଅର୍ବାନ CHC ରୂପ ଦିଆଯିବ । କିନ୍ତୁ ତାହା ଏଯାଏଁ ହୋଇ ପାରିନାହିଁ ।" ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କ ଏହି ପ୍ରତିଶ୍ରୁତିକୁ ନେଇ ଆଶଙ୍କା ପ୍ରକାଶ କରି ଅନେକ ଆନ୍ଦୋଳନ କରି ଆସୁଛି।