ଓଡିଶା

odisha

ETV Bharat / state

କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ବର୍ଷିଲେ ସୁରେଶ ପୂଜାରୀ, କହିଲେ ସଠିକ ତଦନ୍ତ ହୋଇନାହିଁ - ବିଜେପି ସାଂସଦ ସୁରେଶ ପୂଜାରୀ

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟକୁ ନେଇ ବର୍ଷିଛନ୍ତି ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ । ସଠିକ ତଦନ୍ତ ହୋଇନାହିଁ, ରାଜ୍ୟ ସରକାର ଏବଂ କ୍ରାଇମବ୍ରାଞ୍ଚ ହତ୍ୟାର ପ୍ରକୃତ ଦିଗକୁ ତଦନ୍ତ କରନ୍ତୁ ବୋଲି କହିଛନ୍ତି ସୁରେଶ ପୂଜାରୀ । ଅଧିକ ପଢ଼ନ୍ତୁ

କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ବର୍ଷିଲେ ସୁରେଶ
କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ବର୍ଷିଲେ ସୁରେଶ

By

Published : May 27, 2023, 10:27 PM IST

କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ବର୍ଷିଲେ ସୁରେଶ

ଝାରସୁଗୁଡ଼ା: ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟକୁ ନେଇ ବର୍ଷିଛନ୍ତି ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ । ନବଦାସ ହତ୍ୟାକାଣ୍ଡର ପ୍ରକୃତ କାରଣ ଉନ୍ମୋଚନ କରିବା ବଦଳରେ ରାଜ୍ୟ ସରକାରଙ୍କୁ ଘଣ୍ଟ ଘୋଡ଼େଇବା କ୍ରାଇମବ୍ରାଞ୍ଚ ପ୍ରୟାସ କରିଥିବା ସେ ଅଭିଯୋଗ କରିଛନ୍ତି । ଯେଉଁ ଯେଉଁ ଦିଗରେ ତଦନ୍ତ କରିବା କଥା ସେ ଦିଗରେ ହୋଇନାହଁ । କେନ୍ଦ୍ରୀୟ ଟିମକୁ ତଦନ୍ତ ଭାର ଦିଆଯାଉ ବୋଲି ଆଗରୁ ଦାବି କରୁଥିଲା ବିଜେପି ।

ସୁରେଶ କହିଛନ୍ତି, "FBIର ସହଯୋଗ ନେବା ପାଇଁ ଏବେ ପର୍ଯ୍ୟନ୍ତ କେନ୍ଦ୍ରକୁ ଆବେଦନ କରିନାହିଁ ରାଜ୍ୟ ସରକାର । କେଉଁ କାରଣ ପାଇଁ ଗୋପାଳ ଦାସ ଜୀବନ ପ୍ରତି ବିପଦ ଥିଲା, ନବ ଦାସ ଓ ଗୋପାଳ ଦାସଙ୍କ ଭିତରେ ମତାନ୍ତର କି ମନାନ୍ତର କିଛି ଥିଲା କି, ସେ ଦିଗରେ କ୍ରାଇମବ୍ରାଞ୍ଚ କୌଣସି ତଦନ୍ତ କରିନାହିଁ । ଗୋପାଳ ନିଜ ବ୍ୟକ୍ତିଗତ କାରଣ ପାଇଁ ନବ ଦାସକୁ ହତ୍ୟା କରିଛି ବୋଲି କୁହାଯାଉଛି । ତାହା ମଧ୍ୟ ଚାର୍ଜସିଟରେ ଉଲ୍ଲେଖ କରାଯାଇନାହିଁ | ଏହି ଚାର୍ଜସିଟ ନବ ଦାସ ହତ୍ୟାକାଣ୍ଡର ପ୍ରକୃତ କାରଣ ନୁହେଁ ଓ ତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଉଦ୍ଦିଷ୍ଟ ନୁହଁ । ଯେଉଁ ଦିଗରୁ ଗୋପାଳ ଦାସ ଗୁଳି ଚାଳନା କରିଥିଲା, ସେ ଗୁଳିକୁ ମଧ୍ୟ ଜବତ କରିପାରିଲା ନାହିଁ କ୍ରାଇମବ୍ରାଞ୍ଚ । କାରକୁ ଭେଦ କରି ଗୁଳି ବାହାରକୁ ଯାଇନାହିଁ । ଗୋପାଳ ଦାସ ପ୍ରକୃତ ହତ୍ୟାକାରୀ କି ନୁହେଁ, ଯଦି ହତ୍ୟା କରିଛି ତେବେ ପ୍ରକୃତ କାରଣ କଣ ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ ।"

ଏବେ ବି ସମୟ ରହିଛି, ରାଜ୍ୟ ସରକାର ଏବଂ କ୍ରାଇମବ୍ରାଞ୍ଚ ହତ୍ୟାର ପ୍ରକୃତ ଦିଗକୁ ତଦନ୍ତ କରନ୍ତୁ ବୋଲି କହିଛନ୍ତି ସୁରେଶ ପୂଜାରୀ । ସେ କହିଛନ୍ତି, "ଜଣେ ତଳ ସ୍ତରୀୟ ପୋଲିସଙ୍କ ସହିତ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର କଣ ମତଭେଦ ହୋଇପାରେ । ଯଦି ନବ ଦାସ ଚାହିଁଥାନ୍ତେ, ଗୋପାଳକୁ ଜିଲ୍ଲା ବାହାରକୁ ବଦଳି ମଧ୍ୟ କରିଦେଇ ପାରିଥାନ୍ତେ । ଯଦି ଗୋପାଳ ଦାସ ନବ ଦାସଙ୍କ ସମର୍ଥକଙ୍କ ଠାରୁ ବିପଦ ଆଶଙ୍କା କରୁଥିଲେ, ତେବେ ସେ ନିଜର ଉପରିସ୍ଥ ଅଧିକାରୀଙ୍କୁ କାହିଁକି କିଛି ଲିଖିତ କିମ୍ବା ମୌଖିକ ଅଭିଯୋଗ କରିଲେ ନାହିଁ । ଜଣେ ପୋଲିସ ଅଧିକାରୀ ଜଣେ କ୍ୟାବିନେଟ ମିନିଷ୍ଟରଙ୍କୁ ଗୁଳି କରି ହତ୍ୟା କରିବା, ଏହା ଦେଶର ଇତିହାସରେ ତୃତୀୟ ଘଟଣା । ଏହା ଏକ ସାଧାରଣ ଘଟଣା ନୁହେଁ ।"

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details