ଝାରସୁଗୁଡା :ଝାରସୁଗୁଡା ଉପନିର୍ବାଚନ ସରିଛି । ଭୋଟ ପ୍ରତିଶତ ଭଲ ହୋଇଛି । ଇତିହାସ କହୁଛି, ଭୋଟ ପ୍ରତିଶତ ଅଧିକ ହେଲେ ସରକାର ବିରୋଧରେ ଯାଏ । ଧାମନଗର ଭଳି ଝାରସୁଗୁଡାରେ ମଧ୍ୟ ଭୋଟର ନୀରବ ଥିଲେ । ତେବେ ବିଜେପିକୁ ଅକୁଣ୍ଠ ସମର୍ଥନ ମିଳିଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ। ଏଥିସହ ବିପୁଳ ବିଜୟ ହେବ ବୋଲି ସେ ଆଶା ରଖିଛନ୍ତି।
କାରଣ ଝାରସୁଗୁଡାବାସୀ ଏ ନିର୍ବାଚନ ଲଢୁଥିଲେ। କେତେ ଭୋଟରେ ବିଜୟୀ ହେବ ବିଜେପି ତାହା ଏବେ ଆକଳନ ଆମେ କରୁନାହୁଁ। ଆମ ଦଳ ଅନ୍ୟ ଦଳ ଭଳି ଅହଂକାରୀ ନୁହଁ ଆମେ କହିପାରିବୁନି ଆମେ କେତେ ଭୋଟ ପାଇବୁ। ଝାରସୁଗୁଡ଼ା ରେ ସରକାରଙ୍କ ବିରୁଦ୍ଧରେ ମତ ଥିଲା। ଲୋକମାନେ ଚାହୁଁ ଥିଲେ ପରିବର୍ତ୍ତନ। ସେ ପରିବର୍ତ୍ତନ ଭୋଟରେ ପରିଣତ ହୋଇଛି। ତେଣୁ ଆମେ ଆଶାବାଦୀ ବିଜେପି ନିଶ୍ଚିତ ଭାବେ ବିଜୟ ଲାଭ କରିବ ବୋଲି ସେ କହିଛନ୍ତି। ସେହିପରି ଏହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡିବ ନାହିଁ । ଗୋଟେ ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନ ବହୁତ ଫରକ। ସାଧାରଣ ନିର୍ବାଚନରେ ରାଜ୍ୟରେ ଗୋଟେ ପରିବର୍ତ୍ତନ ହୁଏ। ସେଥିପାଇଁ 2024 ନିର୍ବାଚନ ପାଇଁ ଆମ ଦଳରେ ପ୍ରସ୍ତୁତି ଚାଲିଛି। ସାରା ରାଜ୍ୟରେ ସରକାରଙ୍କ ବିରୁଦ୍ଧରେ ଦେଖିବାକୁ ମିଳିଛି ଅସନ୍ତୋଷ ଏହା ପ୍ରତିଫଳିତ ହେବ 2024 ରେ ବୋଲି କହିଛନ୍ତି ଦୀଲିପ ମଲ୍ଲିକ।