ଓଡିଶା

odisha

ETV Bharat / state

ବେଦାନ୍ତର ବେଆଇନ ପାଉଁଶ ପାହାଡ, ସ୍ଥିତି ଅନୁସନ୍ଧାନ କଲା ବିଜେପିର ତଥ୍ୟ ଅନୁସନ୍ଧାନ କମିଟି - jharsuguda news

ବେଦାନ୍ତ କମ୍ପାନୀର ବେଆଇନ ପାଉଁଶ ଗଦା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟ ପୌରାଞ୍ଚଳ ପଞ୍ଚପଡାରେ ପ୍ରାୟ50 ଏକରରୁ ଊର୍ଦ୍ଧ୍ବ ଜମିରେ ବେଦାନ୍ତ ପାଉଁଶ ପାହାଡ ସୃଷ୍ଟି କରିଛି ।

ବେଦାନ୍ତର ବେଆଇନ ପାଉଁଶ ପାହାଡ, ସ୍ଥିତି ଅନୁସନ୍ଧାନ କଲା ବିଜେପିର ତଥ୍ୟ ଅନୁସନ୍ଧାନ କମିଟି
ବେଦାନ୍ତର ବେଆଇନ ପାଉଁଶ ପାହାଡ, ସ୍ଥିତି ଅନୁସନ୍ଧାନ କଲା ବିଜେପିର ତଥ୍ୟ ଅନୁସନ୍ଧାନ କମିଟି

By

Published : Sep 9, 2020, 7:14 PM IST

ଝାରସୁଗୁଡ଼ା: ବେଦାନ୍ତ କମ୍ପାନୀର ବେଆଇନ ପାଉଁଶ ଗଦା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟ ପୌରାଞ୍ଚଳ ପଞ୍ଚପଡାରେ ପ୍ରାୟ50 ଏକରରୁ ଊର୍ଦ୍ଧ୍ବ ଜମିରେ ବେଦାନ୍ତ ପାଉଁଶ ପାହାଡ ସୃଷ୍ଟି କରିଛି । କେବଳ ଏହି ଗୋଟିଏ ଅଞ୍ଚଳରେ ନୁହେଁ ବରଂ କୁରେବଗା, କଟାପଲି, ସିରିଆପଲି, ପୂର୍ଣ୍ଣା, ଶ୍ରୀପୁରା, ବୁଢ଼ୀପଦର ଆଦି ଅଞ୍ଚଳରେ ବେଦାନ୍ତ କମ୍ପାନୀ ବେଆଇନ ଭାବରେ ପାଉଁଶ ଗଦା କରୁଛି । ସମଗ୍ର ଅଞ୍ଚଳରେ ପାଉଁଶ ପାହାଡ଼ ସୃଷ୍ଟି କରିଦେଇଛି ।

ବେଦାନ୍ତର ବେଆଇନ ପାଉଁଶ ପାହାଡ, ସ୍ଥିତି ଅନୁସନ୍ଧାନ କଲା ବିଜେପିର ତଥ୍ୟ ଅନୁସନ୍ଧାନ କମିଟି

ବେଦାନ୍ତ କମ୍ପାନୀ କାରଣରୁ ଝାରସୁଗୁଡ଼ା ଜିଲ୍ଲା ସମେତ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲା ଅଞ୍ଚଳରେ ହେଉଥିବା ବ୍ୟାପକ ପ୍ରଦୂଷଣ ଓ ବେଦାନ୍ତ କମ୍ପାନୀର ବେଆଇନ ପାଉଁଶ ପାହାଡ ସୃଷ୍ଟି କରିବା ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ ଆଜି(ବୁଧବାର) ଭାରତୀୟ ଜନତା ପାର୍ଟିର ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନ କମିଟି ଦଳ ଝାରସୁଗୁଡ଼ାରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଗତ ଏକ ବର୍ଷରୁ ଅଧିକ ସମୟ ଧରି ବେଦାନ୍ତ କମ୍ପାନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ପାଉଁଶ ଗଦା କରୁଛି । ଅବ୍ୟବହୃତ ଖାଲୁଆ ଅଞ୍ଚଳ ଜମି ପୋତିବାକୁ କହି ସମଗ୍ର ଅଞ୍ଚଳରେ ପାଉଁଶ ପାହାଡ଼ ସୃଷ୍ଟି କରିଦିଆଯାଇଛି ।

ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ଅନୁମତି ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି । ବେଦାନ୍ତ ଏକ ପରିବହନ ସଂସ୍ଥା ମାଧ୍ୟମରେ ବେଦାନ୍ତ କମ୍ପାନୀ ସେହି ଅଞ୍ଚଳରେ ଖାଲୁଆ ଜମିକୁ ପୋତି ସମତଳ କରିବା ପରିବର୍ତ୍ତେ ବେଆଇନ ଭାବରେ ପାଉଁଶ ଗଦା କରୁଛି । ସେହି ପାଉଁଶ ଏବେ ବର୍ଷାରେ ଧୋଇ ହୋଇ ଇବ ନଦୀ ଓ ଭେଡେନ ନଦୀରେ ମିଶୁଛି । ଯାହା ହୀରାକୁଦ ଜଳଭଣ୍ଡାରକୁ ପ୍ରଭାବିତ କରୁଛି ବୋଲି ତଥ୍ୟ ଅନୁସନ୍ଧାନ କମିଟି ଅଭିଯୋଗ କରିଛି ।

ପୂର୍ବତନ ବିଧାୟକ ରବି ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେରେ ଆସିଥିବା ଏହି ଦଳରେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରେଙ୍ଗାଲି ବିଧାୟକ ନାଉରି ନାଏକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ସ୍ଥିତି ବୁଲି ଦେଖିଛନ୍ତି । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ପଡିଥିବା ବେଦାନ୍ତର ପାଉଁଶ ପାହାଡ, ଶ୍ରୀପୁରା ଅଞ୍ଚଳରେ ଥିବା ବେଆଇନ ପାଉଁଶ ଡମ୍ପିଙ୍ଗ ୟାର୍ଡ଼ ପରିଦର୍ଶନ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details