ଝାରସୁଗୁଡା: ଉପନିର୍ବାଚନ ପାଇଁ ବଳ ଗୋଟାଉଛି ଭାରତୀୟ ଜନତା ପାର୍ଟି ବିଜେପି । ଦଳରେ ଯୋଡ଼ି ଚାଲିଛି ଶହଶହ ଯୁବକଙ୍କୁ । ଆଜି ଝାରସୁଗୁଡା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା ପୌରାଞ୍ଚଳର ୱାଡ଼ ନଂ ୧୦ ଓ ୨୪ର ବହୁ ବିଜେଡି କର୍ମୀ ଏବଂ ସାଧାରଣ ଯୁବକ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ସମେତ ବହୁ ବିଜେପିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଆସନ୍ତା ମେ ୧୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରୁଥିବା ଦେଖାଦେଇଛି। ଏକ ସ୍ବଛ ନିର୍ବାଚନ ମଣ୍ଡଳୀର ଗଠନ କରିବା ବିଜେପିର ଲକ୍ଷ୍ୟ ବୋଲି ବିଜେପି ନେତା ମାନେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ ରେ ସାମିଲ ହେବା ପାଇଁ ବିଜେପି ନେତା କହିଥିଲେ। ଝାରସୁଗୁଡ଼ାରେ ବିମାନ ବନ୍ଦର କେନ୍ଦ୍ର ସରକାରଙ୍କ ପାଇଁ ଗଢି ଉଠିଛି, ଆଗମୀ ଦିନରେ ଝାରସୁଗୁଡା ରେଳ ଷ୍ଟେସନ ଏକ ବିଶ୍ଵ ସ୍ତରୀୟ କରିବାର ଲକ୍ଷ୍ୟ ରହିଛି ବୋଲି ବସନ୍ତ ପଣ୍ଡା କହିଥିଲେ। ଝାରସୁଗୁଡ଼ାରେ ଯେଉଁ ନ୍ୟାୟ ଓ ଅନ୍ୟାୟ ଚାଲିଛି ତାହାକୁ ନେଇ ଏହି ଲଢେଇ ଜାରି ରହିବ ଓ ଗୋଟିଏ ସୁନ୍ଦର, ପ୍ରଦୂଷିତ ମୁକ୍ତ ଝାରସୁଗୁଡ଼ା ଲାଗି ଭାରତୀୟ ଜନତା ପାର୍ଟିକୁ ହିଁ ଉପନିର୍ବାଚନରେ ବିଜୟୀ କରେଇବା ବୋଲି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଥିଲେ।