ଓଡିଶା

odisha

ETV Bharat / state

Brajarajnagar Bypoll: ଉପନିର୍ବାଚନ ପାଇଁ ବିଜେଡିର କର୍ମୀ ସମ୍ମିଳନୀ

ଆସନ୍ତା 31 ତାରିଖ ହେବାକୁ ଥିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ BJD ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବେଲପାହାଡରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ଅଧିକ ପଢନ୍ତୁ

By

Published : May 15, 2022, 2:19 PM IST

Brajarajnagar Bypoll: ଉପନିର୍ବାଚନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ  କର୍ମୀ ସମ୍ମିଳନୀ
Brajarajnagar Bypoll: ଉପନିର୍ବାଚନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କର୍ମୀ ସମ୍ମିଳନୀ

ଝାରସୁଗୁଡ଼ା:ଆସନ୍ତା 31 ତାରିଖ ହେବାକୁ ଥିବା ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେଡି ପକ୍ଷରୁ ଅନୁଷ୍ଠାନିକ ଭାବରେ ପ୍ରଚାର ପ୍ରସାର ଆରମ୍ଭ ହୋଇନଥିଲେ ମଧ୍ୟ ବିଜୟ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସିଟ୍‌ ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବେଲପାହାଡରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି ।

Brajarajnagar Bypoll: ଉପନିର୍ବାଚନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କର୍ମୀ ସମ୍ମିଳନୀ

ଏହି ସମ୍ମିଳନୀରେ କଟକ ମେୟର ସୁବାଷ ସିଂ, ଝାରସୁଗୁଡା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ବିଷ୍ଣୁପ୍ରସାଦ କେଡ଼ିଆ ପ୍ରମୁଖଙ୍କସହ ପଂଚାୟତ ସ୍ତରୀୟ କର୍ମୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସମସ୍ତ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ଏକଜୁଟ ହୋଇ ବିଧାୟକ ପ୍ରାର୍ଥୀନୀ ଅଳକା ମହାନ୍ତିଙ୍କୁ କିପରି ବିପୁଳ ପରିମାଣର ଭୋଟରେ ବିଜୟୀ କରିହେବ ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଉପ ନିର୍ବାଚନରେ 50 ହଜାରରୁ ଉର୍ଦ୍ଧ ଭୋଟରେ ବିଜୁ ଜନତା ଦଳ ବିଜୟୀ ହେବ ବୋଲି ଆଜି(ରବିବାର) ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, "ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳବାସୀ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି । ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ପୁଣି ଥରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀବାସୀ ଶଙ୍ଖ ଚି଼ହ୍ନରେ ମୋହର ମାରି ଅଳକା ମହାନ୍ତିଙ୍କୁ ବିଜୟୀ କରାଇବେ ।"



ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details