ଓଡିଶା

odisha

ETV Bharat / state

BJD Star Campaigners: ବିଜେଡିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି

ପ୍ରକାଶ ପାଇଛି ବିଜେଡିର ତାରକା ପ୍ରଚାରକ ତାଲିକା । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟରେ ଅଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନଙ୍କ ମନ୍ତ୍ରିମଣ୍ଡଳର 6 ମନ୍ତ୍ରୀ । ଅଧିକ ପଢନ୍ତୁ

By

Published : Apr 20, 2023, 8:41 PM IST

Etv Bharat
Etv Bharat

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଜାରି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଜାରି ହୋଇଛି ବିଜେଡିର ଷ୍ଟାର ପ୍ରଚାରକ ତାଲିକା । ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପରେ ଆଜି ଜାରି ହୋଇଛି ତାଲିକା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ 40 ନେତାଙ୍କ ତାଲିକା ଜାରି ହୋଇଛି । ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନଙ୍କ ମନ୍ତ୍ରିମଣ୍ଡଳର 6 ମନ୍ତ୍ରୀ ।

ପ୍ରକାଶ ପାଇଛି ବିଜେଡିର ତାରକା ପ୍ରଚାରକ ତାଲିକା । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟରେ ଅଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନଙ୍କ ମନ୍ତ୍ରିମଣ୍ଡଳର 6 ମନ୍ତ୍ରୀ । ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ରୀତା ସାହୁ । ରୋହିତ ପୂଜାରୀଙ୍କ ସହ ଗତ କିଛି ଦିନ ମଧ୍ୟରେ ବିବାଦୀୟ ହୋଇଥିବା ସମୀର ରଞ୍ଜନ ଦାଶ, ଶ୍ରୀକାନ୍ତ ସାହୁ ପ୍ରଚାରକ ତାଲିକାରୁ ଦଳ ବାଦ ଦେଇଛି ।

ଏହାବି ପଢନ୍ତୁ- President Odisha Visit: ବାରିପଦା ଗସ୍ତରେ ଆସିବେ ରାଷ୍ଟ୍ରପତି

ପଦ୍ମପୁରରେ ଦଳ ନେତୃତ୍ୱ ନେଇଥିବା ସୁଶାନ୍ତ ସିଂ ଝାରସୁଗୁଡା ଉପ ନିର୍ବାଚନ ପ୍ରଚାରକ ତାଲିକାରେ ରହିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ବିବାଦୀୟ ହୋଇଥିବା ସୁଶାନ୍ତ ପ୍ରଚାରକୁ ଯିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ସୁଶାନ୍ତଙ୍କୁ ନେଇ ଦଳରେ ଅସନ୍ତୋଷ ଥିବା କଥାକୁ ଏଡ଼ାଇବା ଲାଗି ତାଲିକାରେ ତାଙ୍କୁ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି । ଦଳର ଉପସଭାପତି ତଥା ଝାରସୁଗୁଡା ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ ତାରକା ପ୍ରଚାରକ ତାଲିକାରେ ଅଛନ୍ତି ।

ସେହିପରି ପଦ୍ମନାଭ ବେହେରା, ଅରୁଣ କୁମାର ସାହୁ, ପ୍ରତାପ ଜେନା, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲି, ପୁଷ୍ପେନ୍ଦ୍ର ସିଂଦେଓ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଅଳକା ମହାନ୍ତି, ଚନ୍ଦ୍ର ସାରଥୀ ବେହେରା, ବ୍ରଜ କିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିକ୍ରମ କୁମାର ପଣ୍ଡା, ନଳିନୀ କାନ୍ତ ପ୍ରଧାନ, ସରୋଜ କୁମାର ମେହେର, ଦେବେଶ ଆଚାର୍ଯ୍ୟ, ପ୍ରଶାନ୍ତ ବେହେରା, ବିଭୁତି ବଳବନ୍ତରାୟ, କିଶୋର ଚନ୍ଦ୍ର ନାୟକ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସ୍ୱରୂପ କୁମାର ଦାସ, ରୁଦ୍ର ପ୍ରତାପ ମହାରଥୀ, ଯୋଗେଶ କୁମାର ସିଂ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀମୟୀ ମିଶ୍ର, ଅରିନ୍ଦମ ରାୟ, ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଦୀପାଳିଙ୍କ ଲାଗି ପ୍ରଚାର କରିବେ ।

ମେ 10 ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ । ମେ’ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ଆଜି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି । 15 ରେ କଂଗ୍ରେସ, 17ରେ ବିଜେପି ଓ 18ରେ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରି ସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details