ଓଡିଶା

odisha

ଝାରସୁଗୁଡ଼ା ଉପନିର୍ବାଚନ ଗାଦି ପାଇଁ ଏବେଠୁ ପ୍ରସ୍ତୁତି, ଜୋର ଧରିଲାଣି କାଦୁଆ ଫିଙ୍ଗା ରାଜନୀତି

By

Published : Mar 17, 2023, 5:41 PM IST

ବିଜେପିର ପୌରପାଳିକା ଘେରାଉ କରିବା ଘଟଣା । ମୁହଁ ଖୋଲିଛି ବିଜେଡି । ଲୋକଙ୍କ ହିତ ପାଇଁ ନୁହେଁ ଉପନିର୍ବାଚନ ପାଇଁ ବିକ୍ଷୋଭ କରୁଛୁ ଦଳ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ କମ୍ପିଲାଣି ମୈଦାନ
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ କମ୍ପିଲାଣି ମୈଦାନ

ଲୋକଙ୍କ ହିତ ପାଇଁ ନୁହେଁ ଉପନିର୍ବାଚନ ପାଇଁ ବିକ୍ଷୋଭ କରୁଛୁ ଦଳ: ବିଜେଡି

ଝାରସୁଗୁଡ଼ା:ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ କମ୍ପିଲାଣି ମୈଦାନ । ଗଡ ହାତେଇବାକୁ କସରତ ଆରମ୍ଭ କରିଛନ୍ତି ଦଳ । ବିଜେଡିଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ନିଜନିଜ ପତିଆରା ସାବ୍ୟସ୍ତ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ସରକାରଙ୍କୁ ଘୋରିବା ପାଇଁ ରଣନୀତି ପ୍ରସ୍ତୁତ କଲେଣୀ ବିରୋଧୀ ଦଳ ତ ବିଜେଡି ମଧ୍ୟ ଏହାର କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି ।

୧୨ ଦଫା ଦାବି ନେଇ ବିଜେପିର ଝାରସୁଗୁଡା ପୌର ପରିଷଦ କାର୍ଯ୍ୟାଳୟ ଘେରାଉକୁ ନେଇ ମୁହଁ ଖୋଲିଛି ବିଜେଡି । ବିଜେଡି ଝାରସୁଗୁଡ଼ା ସହର ସ୍ଥିତ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରିଥିଲା । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଉପନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଘେରାଉ ନାଁରେ ରାଜନୀତି ଆରମ୍ଭ କରିଛି । ଉପନିର୍ବାଚନକୁ ଦୃଷ୍ଟିରେ ରଖି ସକ୍ରିୟ ହୋଇଥିବା ବେଳେ, ବିନା କୌଣସି ପ୍ରକାରର ତଥ୍ୟ ପ୍ରମାଣରେ ଏକ ଦାବିପତ୍ର ଧରି ପୌର କାର୍ଯ୍ୟାଳୟ ଘେରାଉ କରିଛି । ବାହାର ନେତାଙ୍କୁ ଧରି ସ୍ଥାନୀୟ ଲୋକଙ୍କୁ ମିଛ କହି ବିଭିନ୍ନ ଫର୍ମ ବାଣ୍ଟି ଏକତ୍ର କରିବା ପାଇଁ ଉଦ୍ୟମ କରିଛି । ଭାରତୀୟ ଜନତା ପାର୍ଟି ଲୋକଙ୍କ ପାଇଁ ନୁହେଁ ବରଂ ନିଜ ପାଇଁ, ନିର୍ବାଚନ ପାଇଁ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ତେବେ ଗତକାଲି(ଗୁରୁବାର ) ବିଜେପି ୧୨ ଦଫା ଦାବି ଝାରସୁଗୁଡା ସହର IB ନିକଟରୁ ପୌର କାର୍ଯ୍ୟାଳୟ ଯାଏଁ ବିଜେପି ରାଲି କରିବା ସହ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ବିଜେଡି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ପୌର ପରିଷଦ ଘେରାଉ କରିଥିଲା । ଯାହାକୁ ନେଇ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି ।

ତେବେ ବିଜେପିର ୧୨ ଦଫା ଦାବି ହେଲା, ଝାରସୁଗୁଡା L. N କଲେଜ ଓ ଓମେନ୍ସ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିବା । ଝାରସୁଗୁଡା ପୌରାଞ୍ଚଳରେ ରହୁଥିବା ଭୂମିହୀନମାନଙ୍କୁ ଜମିପଟା ପ୍ରଦାନ କରିବା । ସହରରେ ଥିବା ଡ୍ରେନ, ରାସ୍ତାଘାଟ ପରିଷ୍କାର, ଷ୍ଟ୍ରିଟ ଲାଇଟର ମରାମତି କରି ଆଇନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା । ଏହାସହ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ବିକଳାଙ୍ଗ ଭତ୍ତା ହିତାଧିକାରୀଙ୍କୁ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ହିତାଧାରୀକୁ ଆବାସ ବଣ୍ଟନ ଆଦି ଦଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଏହି ଘେରାଉ କରାଯାଇଥିଲା । ଏହାସହ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଥିଲା ବିଜେପି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details