ଓଡିଶା

odisha

By

Published : May 8, 2023, 11:42 AM IST

ETV Bharat / state

Jharsuguda bypoll: ଦୀପାଳିଙ୍କୁ ଖ୍ରୀଷ୍ଟିଆନ ସମାଜ ତରଫରୁ ବିପୁଳ ସମର୍ଥନ

ନିର୍ବାଚନରେ ଭୋଟ ହାତେଇବାକୁ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଖ୍ରୀଷ୍ଟିଆନ ସମାଜ ତରଫରୁ ଦୀପାଳିଙ୍କୁ ବିପୁଳ ସମର୍ଥନ। ଅଧିକ ପଢନ୍ତୁ

Jharsuguda bypoll
Jharsuguda bypoll

ଦୀପାଳିଙ୍କୁ ଖ୍ରୀଷ୍ଟିଆନ ସମାଜ ତରଫରୁ ବିପୁଳ ସମର୍ଥନ

ଝାରସୁଗୁଡା: ଆଉ ମାତ୍ର ଗୋଟିଏ ଦିନ ପରେ ଝାରସୁଗୁଡା ଉପନିର୍ବାଚନ। ଏହା ପୂର୍ବରୁ ପ୍ରଚାର ଶେଷ ହେବାକୁ ଥିବା ବେଳେ ଭୋଟ ହାତେଇବାକୁ ଉଦ୍ୟମ ଜାରି ରଖିଛନ୍ତି ପ୍ରତିଦ୍ବନ୍ଦି ଦଳର ପ୍ରାର୍ଥୀ । ମାଳମାଳ ପ୍ରତିଶ୍ରୁତି ନେଇ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ହେବିଓ୍ବେଟ ନେତା ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରୁଛନ୍ତି । ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ଗତକାଲି (ରବିବାର) ବିଜେଡି ପ୍ରାର୍ଥୀ ଦୀପାଳି ଦାସ କପ କଲୋନିରେ ପ୍ରଚାର କରିଥିଲେ। ସେଠାରେ ବହୁ ଖ୍ରୀଷ୍ଟିଆନ ଧର୍ମର ଲୋକେ ଦିପାଳୀଙ୍କୁ ଆଶିର୍ବାଦ ଦେବା ସହ ବିପୁଳ ସମର୍ଥନ କରିଥିଲେ।

ଗତକାଲି କପ୍‌ଲ କଲେlନିରେ ବିଜେଡି ତରଫରୁ 26ଟି ଚର୍ଚ୍ଚର ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ନେଇ ଏକ ବିରାଟ ସଭା ଆୟୋଜନ କରାଯାଇଥିଲା l ଏଥିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ରାଜ୍ୟ ମହିଳା ସଭା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସମେତ ଦଳର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ନେଇ ଲୋକଙ୍କୁ ଅବଗତ କରାଇଥିଲେ ଉପସ୍ଥିତ ନେତା ଓ ମନ୍ତ୍ରୀ । ଅନ୍ୟ ପଟେ ଦୀପାଳି ଆମର ଝିଅ ଓ ଭଉଣୀ ତେଣୁ ତାଙ୍କୁ ସମସ୍ତେ ଆଶିର୍ବାଦ ଦେବା ସହ ସମର୍ଥନ ଜଣାଇଛନ୍ତି ଖ୍ରୀଷ୍ଟିଆନ ଧର୍ମର ଲୋକେ l

ଦୀପାଳି ଦାସ କହିଛନ୍ତି,"ସମସ୍ତଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ଖ୍ରୀଷ୍ଟିଆନ ସମାଜର ଲୋକଙ୍କ ଆଶୀର୍ବାଦ ନେବାକୁ ଆସିଥିଲି । ସମସ୍ତଙ୍କ ଭଲ ପାଇବା ଦେଖିବାକୁ ମିଳୁଛି । ମୋ ବାପା ଯଦି ଆଜି ଥାଆନ୍ତେ ସେ ବି ପ୍ରଚାର କରିବାକୁ ଆସିଥାଆନ୍ତେ । ମୁଖ୍ୟମନ୍ତ୍ରୀ ଆସିଥିବାରୁ ଲୋକମାନେ ମଧ୍ୟ ବେଶ ଖୁସି ହୋଇଥିଲେ । ଝାରସୁଗୁଡାର ବିକାଶ ନିଶ୍ଚୟ ହେବ ।"

ଆସନ୍ତା 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଆଜି ପ୍ରଚାରର ରହିଛି ଶେଷ ଦିନ । ସକାଳୁ ସକାଳୁ ପ୍ରଚାର ଆରମ୍ଭ କରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ଗତକାଲି ବିଜେଡି ତରଫରୁ ପ୍ରଚାର ମଇଦାନକୁ ଓହ୍ଳାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମଲିପାଲିଠାରେ ବିଶାଳ ଜନସଭାରେ ଲୋକଙ୍କୁ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନୀ ପ୍ରଚାରରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ ନବୀନ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details