ଓଡିଶା

odisha

By

Published : Oct 22, 2022, 8:49 AM IST

ETV Bharat / state

ଝାରସୁଗୁଡାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଝାରସୁଗୁଡାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଅଧିକ ପଢନ୍ତୁ

ଝରସୁଗୁଡାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ଝରସୁଗୁଡାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଝାରସୁଗୁଡା:ଝାରସୁଗୁଡାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଜ଼ିଲ୍ଲାର ଲିଇକେରାବ୍ଲକ ଓ କୋଲାବିରା ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା । ଲିଇକେରା ବ୍ଲକ ଛକ ଠାରୁ ଅପେରାପଡ଼ିଆ ପର୍ଯ୍ୟନ୍ତ ଓ କୋଲାବିରା ବ୍ଲକରୁ ରଘୁନାଥପାଲି ଛକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଝିଅ ଦୀପାଳି ଦାସ ଓ ବିଜୁ ଜନତା ଦଳର ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ l

ଝରସୁଗୁଡାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ମୁଖ୍ୟମନ୍ତ୍ରୀଙ୍କ ଭାଵମୂର୍ତ୍ତି ଓ ବିକାଶ ମୂଳକ କାର୍ଯ୍ୟ ରାଜ୍ୟର ପ୍ରତେକ ଲୋକଙ୍କୁ ଏହି ଜନ ସମ୍ପର୍କ ପଦଯାତ୍ରାରେ ଯୋଡୁଛି l ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ରାଜ୍ୟକୁ ବିକାଶ ଧାରାରେ ଆଗେଇ ନେଉଥିବା ବେଳେ ସମସ୍ତ ରାଜ୍ୟବାସୀଙ୍କ ସମର୍ଥନ ସବୁବେଳେ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ପ୍ରତି ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି l ସେହିପରି ମହିଳା ସଶକ୍ତିକରଣ ପାଇଁ ଆଜି ରାଜ୍ୟରେ ପ୍ରତ୍ୟେକ ନାରୀ ରୋଜଗାରକ୍ଷମ ହୋଇପାରିଛନ୍ତି l ତେଣୁ ପ୍ରତ୍ୟେକ ମା’ ମାଉସୀଙ୍କ ଭଲପାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳପ୍ରତି ରହିଛି ଏବଂ ରହିବ ବୋଲି ବିଜୁ ମହିଳା ଯୁବନେତ୍ରୀ ଦୀପାଳି ଦାସ କହିଥିଲେ ।

ସେହିପରି ଶୁକ୍ରବାର ନୟାଗଡରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇୟାଇଥିଲା । ପଦଯାତ୍ରାରେ ନେତୃତ୍ବ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ । ଏହି ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବାବେଳେ, ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ଏହି ସମୟ ମଧ୍ୟରେ ଗାଁ ଗାଁକୁ ଯାଇ ପଦଯାତ୍ରା କରୁଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ଏଥିରେ ବିଧାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ l ନୟାଗଡ଼ ଜିଲ୍ଲା ଅନେକ କ୍ଷେତ୍ରରେ ଆଗୁଆ ରହିପାରିଛି l ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି କହିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ନୀତି ଯୋଗୁଁ ଲୋକେ ଅଧିକ ମାତ୍ରାରେ ଉପକୃତ ହେଉଛନ୍ତି ବୋଲି ସଭାରେ କୁହାଯାଇଛି । ତେବେ ଏହି ବିଶାଳ ପଦଯାତ୍ରାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତି ଗାଁରୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ l

ଝାରସୁଗୁଡା, ଇଟିଭି ଭାରତ

ABOUT THE AUTHOR

...view details