ଝାରସୁଗୁଡ଼ା:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟାକୁ ନେଇ ଝାରସୁଗୁଡାରେ ତେଜୁଛି ବିବାଦ । ବଢୁଥିବା ଅସନ୍ତୋଷ ଆଜି ନେଇଛି ଉଗ୍ରରୂପ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ 144 ଧାରା ଲାଗିଥିବା ସତ୍ତ୍ବେ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ଫଳରେ ଇଭୟ ଦଳ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପରିସ୍ଥିତି ଅସମ୍ଭାଳ ହେବାରୁ ଶତାଧିକ ବିଜେଡି ଓ ବିଜେପି କର୍ମୀଙ୍କୁ ପୋଲିସ ଉଠେଇ ନେଇଛି । ଏହି ସମୟରେ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ:-ରୋଷେୟା ମୃତ୍ୟୁ ଘଟଣା: ଆଇନକୁ ତା ବାଟରେ ଯିବାକୁ ଦିଅ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ