ଓଡିଶା

odisha

ETV Bharat / state

ଶିଳ୍ବ ନଗରୀରେ ବିଶ୍ୱକର୍ମା ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ - ତୋରଣ ଓ ପୂଜାମଣ୍ଡପ ବେଶ ଆକର୍ଷଣୀୟ

ଶିଳ୍ପ ନଗରୀ ଝାରସୁଗୁଡାରେ ବିଶ୍ବକର୍ମା ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି । ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମା ପୂଜା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବଡ ବଡ ତୋରଣ ସହିତ ପୂଜାମଣ୍ଡପ ଗୁଡିକ ବେଶ ଆକର୍ଷଣୀୟ କରି ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଝାରସୁଗୁଡା

By

Published : Sep 15, 2019, 6:00 PM IST

ଝାରସୁଗୁଡା: ବିଶ୍ବକର୍ମା ପୂଜା ଉପଲକ୍ଷେ ଝାରସୁଗୁଡା ସ୍ଥିତ ମହାନଦୀ କୋଲଫିଲ୍ଡର ଲଖନପୁର ଖଣି କ୍ଷେତ୍ରରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶିଳ୍ପ ନଗରୀ ଝାରସୁଗୁଡାରେ ବିଭିନ୍ନ କଳକାରଖାନା ସହ ମହାନଦୀ କୋଲଫିଲ୍ଡର ଖଣି ଅଞ୍ଚଳ ଥିବାବେଳେ ଏଠାରେ ୫୦ରୁ ଉର୍ଦ୍ଧ ଛୋଟ ବଡ ପୂଜା ମଣ୍ଡପ ପ୍ରସ୍ତୁତ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଝାରସୁଗୁଡା

ଲଖନପୁର ଖଣି ଅଞ୍ଚଳରେ ଆୟୋଜକ ମାନଙ୍କ ମଧ୍ୟରେ ନିଜ ନିଜ ଭିତରେ ପ୍ରତିଯୋଗିତା ଦେଖିବାକୁ ମିଳେ । ବିଶ୍ବକର୍ମା ପୂଜା ସମୟରେ ତୋରଣ ଓ ପୂଜାମଣ୍ଡପ ବେଶ ଆକର୍ଷଣୀୟ ହୋଇଛି । ବିଭିନ୍ନ ଅନୁଷ୍ଠାନ ମାନଙ୍କ ମଧ୍ୟରୁ ବିଓସିଏମ ଏସ୍କଭେସନ, ଇଆଣ୍ଡଏମ , ସେଣ୍ଟ୍ରାଲ ୱାର୍କସପ , ଲଖନପୁର ମାଇନ୍ସ, ଟ୍ରକ ମାଲିକ ସଂଘ ଭଳି ପ୍ରଭୃତି ସଂସ୍ଥା ମାନଙ୍କରେ ମୁର୍ତ୍ତି, ସାଜସଜ୍ଜା, ମଡେଲ ଓ ତୋରଣ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥାଏ ।

ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ତୟାର ବିଭିନ୍ନ ସଂସ୍ଥା ଓ ବିଭାଗ । ପୂଜା ମହୋତ୍ସବ ସମୟରେ ବ୍ୟାପକ ଜନସାମଗମ ହେବାର ସମ୍ଭାବନା ଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details