ଝାରସୁଗୁଡା : ଦିନ ଦ୍ବିପହରେ ଦୁର୍ବୃତ୍ତ ଲୁଟି ନେଲେ 5 ଲକ୍ଷ ଟଙ୍କା। ଜନଗହଳିପୂର୍ଣ୍ଣ ଝାରସୁଗୁଡା ବମ୍ବେଛକ ନିକଟରେ କାରରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ ହେଲା 5 ଲକ୍ଷ ଟଙ୍କା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କାର ଭିତରୁ ଲୁଟି ନେଲେ 5ଲକ୍ଷ ଟଙ୍କା - loot in jharsuguda
ପୋଲିସକୁ ଲୁଟେରାଙ୍କୁ ଚ୍ୟାଲେଞ୍ଜ । ଦିନ ଦ୍ବିପହରେ କାର ଭିତରୁ ଲୁଟିନେଲେ 5 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...
କାର ଭିତରୁ ଲୁଟି ନେଲେ 5ଲକ୍ଷ ଟଙ୍କା
ସୂଚନା ଅନୁସାରେ, ଦିନେସ ସାହୁ ନାମକ ଜଣେ ବ୍ୟକ୍ତି ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ବ୍ରଜରାଜନଗର ଯାଉଥିବାବେଳେ ବମ୍ବେଛକ ନିକଟରେ କାରଟିକୁ ରାସ୍ତାରେ କିଛି ସମୟ ପାଇଁ ରଖି ଓହ୍ଲାଇଥିଲେ । କାରର ପିଛା କରି ବାଇକରେ 2 ଜଣ ଯୁବକ ଗାଡିର ଡୋର ଖୋଲି ସେଥିରେ ଥିବା ଟଙ୍କା ବ୍ୟାଗକୁ ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବରପାଇ ଝାରସୁଗୁଡା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ