ଝାରସୁଗୁଡା: ଲୋକଙ୍କୁ ଯାତାୟତରେ ସୁବିଧା ହେବା ପାଇଁ ନିର୍ମାଣ ହୋଇଛି ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ଲୋକଙ୍କୁ ସୁବିଧା ଦେବା ସହ ପାଲଟିଛି ମରଣଯନ୍ତ୍ରା । ରାସ୍ତା ନିର୍ମାଣ ହେବା ପର ଠୁ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି । ପୋଲିସ ପକ୍ଷରୁ ଟ୍ରାଫିକ ପୋଲିସ ଓ ସିସିଟିଭି ଥିବା ସତ୍ତ୍ବେ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି ।
ଏ ହେଉଛି ଝାରସୁଗୁଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଓ ସମ୍ବଲପୁର ରାଉଲକେଲା ବିଜୁ ଏକ୍ସପ୍ରେସୱର ମିଶ୍ରଣ ସ୍ଥଳ । ରାସ୍ତାଟି କେବଳ ଜିଲ୍ଲା ନୁହେଁ ବରଂ ପଡୋଶୀ ରାଜ୍ୟ ସହ ଯୋଗାଯୋଗର ପ୍ରମୁଖ ମାଧ୍ୟମ । ହେଲେ ଏହି ରାସ୍ତା ଲୋକଙ୍କ ପାଇଁ ବରଦାନ ପରିବର୍ତ୍ତେ ଅଭିଶାପ ପାଲିଟିଛି । ଏହି ରାସ୍ତା ଯୋଗୁଁ ଅକାଳରେ ଅନେକ ଜୀବନ ଦୀପ ଲିଭି ଯାଉଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ଏପଟେ ବାରମ୍ବାର ଦୁର୍ଘଟଣା ଓ ଟ୍ରାଫିକ ଜାମ ଦ୍ବିଗୁଣିତ କରିଛି ଲୋକଙ୍କ ଚିନ୍ତା ଓ ଅସନ୍ତୋଷ ।