ଝାରସୁଗୁଡ଼ା:ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ବିଜୟିନୀ କାର୍ଯ୍ୟକ୍ରମ ଅନୁଷ୍ଠିତ । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ବିଜୟିନୀ କାର୍ଯ୍ୟକ୍ରମକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।
ସ୍ବତନ୍ତ୍ର ଭାବରେ ଝାରସୁଗୁଡ଼ା ରେ ଏହି ଅଭିଯାନ ଯାହାର ନା "ବିଜୟିନୀ" ରଖାଯାଇଛି ଏହା କାର୍ଯ୍ୟ କରିବା ସହ ଲୋକଙ୍କୁ ସଚେତନ କରାଇବ । ଏହାର ମୂଳ ଲକ୍ଷ୍ୟ ରହିବ ଯେ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା । କେମିତି ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯିବ ପିଲାମାନଙ୍କୁ ସେନେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ବାଲ୍ୟବିବାହ ଭଳି କୁସଂସ୍କାରକୁ ସମାଜରୁ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ବୈଠକରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଚାଇଲ୍ଡ ଲାଇନର ଅଧକ୍ଷା ଆନନ୍ଦିନୀ ପାଢୀ ଓ ଜିଲ୍ଲା ସଂଯୋଜିକା ବାଲ୍ୟ ବିବାହ ରଞ୍ଜିତା ଦାଶଙ୍କ ସମେତ ଆଦି ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ।