ଓଡିଶା

odisha

ETV Bharat / state

ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ, ଆନ୍ଦୋଳନରେ ଭାରତୀୟ ମଜଦୁର ସଂଘ - ଆନ୍ଦୋଳନରେ ଭାରତୀୟ ମଜଦୁର ସଂଘ

କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ କରି ଏମସିଏଲ ଅନ୍ତର୍ଗତ 5ଟି ଶ୍ରମିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Sep 24, 2019, 10:17 PM IST


ଝାରସୁଗୁଡା: କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ । ଯାହାର ପ୍ରତିବାଦରେ ଧର୍ମଘଟକୁ ଓହ୍ଲାଇଛନ୍ତି ଏମସିଏଲ ଅନ୍ତର୍ଗତ 5ଟି ଶ୍ରମିକ ସଂଘ । ମଙ୍ଗଳବାର ଦିନିକିଆ ଖଣି ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଯହାଦ୍ବାରା କୋଇଲା ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ କରିବା ଦ୍ବାରା ବିଦେଶୀ କମ୍ପାନୀ ଲାଭବାନ ହେବେ । କିନ୍ତୁ ଶ୍ରମିକମାନେ ଅବହେଳିତ ହେବେ ବୋଲି ଅଭିଯୋଗ ହୋଇଛି । ଏହି କ୍ରମରେ ସୋମବାରଠୁ ଭାରତୀୟ ମଜଦୁର ସଂଘ ଆନ୍ଦୋଳନ କରିଛନ୍ତି । ଫଳରେ ଝାରସୁଗୁଡାର ଖଣି ଗୁଡ଼ିକରେ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହେବା ସହ ଏମସିଏଲ ଅନ୍ତର୍ଗତ ଇବ ଭ୍ୟାଲି, ଓରିଏଣ୍ଟ, ଲଖନପୁର ଓ ବସୁନ୍ଧରା ଅଞ୍ଚଳରେ ମଧ୍ୟ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ ହୋଇଯାଇଛି ।

ଗତ ଅଗଷ୍ଟ 28 ତାରିଖରେ କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । କେନ୍ଦ୍ରର ଏହି ଘୋଷଣା ଶ୍ରମିକଙ୍କ ବିରୋଧୀ ଦର୍ଶାଇ ଭାରତୀୟ ମଜଦୁର ସଂଘ ସୋମବାର ଠାରୁ ୫ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details