ଝାରସୁଗୁଡା: ଗୁମାଡେରା ଏକ୍ସିସ ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସର ସଫଳତା । ଡକାୟତିରେ ସମ୍ପୃକ୍ତ ଥିବା 6ଜଣ ଡକାୟତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ।
ଏକ୍ସିସ ବ୍ୟାଙ୍କ ଡକାୟତି ଘଟଣା: ଜଣେ ଗିରଫ, 5 ଫେରାର - ବ୍ୟାଙ୍କ ଡକାୟତି ଘଟଣାରେ ଜଣେ ଗିରଫ
ଗୁମାଡେରା ଏକ୍ସିସ ବ୍ୟାଙ୍କ ଡକାୟତି ଘଟଣାରେ ଝାରସୁଗୁଡ଼ା ପୋଲିସର ସଫଳତା । ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଥିବା ଛଅ ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଅଭିଯୁକ୍ତକୁ ବିହାର ମୁଜାଫରପୁରରୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି । ତେବେ ବ୍ୟାଙ୍କ ଡକାୟତି ଘଟଣାରେ ଅନ୍ୟ 5 ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ଏସପି କହିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ