ଓଡିଶା

odisha

ETV Bharat / state

ଲକ୍‌ଡାଉନ୍‌ ଝାରସୁଗୁଡ଼ା: ଲୋକଙ୍କୁ ଗୀତ ଗାଇ ସଚେତନ କଲା ପୋଲିସ - coronavirus

ଲକ୍‌ଡାଉନ୍‌ ରହିଛି ଝାରସୁଗୁଡ଼ା । ଏପଟେ ଲୋକଙ୍କୁ ଗୀତ ଗାଇ ସଚେତନ କଲା ପୋଲିସ  । ଅଧିକ ପଢନ୍ତୁ...

awarness song by jharsuguda police
ଲୋକଙ୍କୁ ଗୀତ ଗାଇ ସଚେତନ କଲା ପୁଲିସ

By

Published : Apr 4, 2020, 10:02 PM IST

ଝାରସୁଗୁଡ଼ା: ଲକ୍‌ଡାଉନ୍‌ ସମୟରେ ଘରୁ ନ ବାହାରିବାକୁ ବାରମ୍ବାର ଲୋକଙ୍କୁ ସଚେତନ କରିବା ପରେ ମଧ୍ୟ ଲୋକେ ଘରୁ ବାହାରୁଥିଲେ । ଫଳରେ କିଛି ସ୍ଥାନରେ ପୋଲିସ ବଳ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ମାତ୍ର ଝାରସୁଗୁଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ଅଶ୍ବିନୀ ମହାନ୍ତିଙ୍କ ନେତୃତ୍ବରେ ସାରା ଜିଲ୍ଲାରେ ଲକଡାଉନ୍ ଶୃଙ୍ଖଳିତ ଭାବରେ ପାଳନ କରାଯାଉଛି । ଏଥିରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀ ଦାୟିତ୍ବବାନ ଭାବରେ ତାଙ୍କର କର୍ତ୍ତବ୍ୟ ସଂପାଦନ କରୁଥିବା ସ୍ପଷ୍ଟ ହୋଇଛି ।

ସାରା ସହର ଶୂନଶାନ୍ ହୋଇଯାଉଛି । ଝାରସୁଗୁଡ଼ା ପୋଲିସ ସଂଗୀତ ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ କରିଥିଲା ଓ ଏଥିରେ ସଫଳ ମଧ୍ୟ ହୋଇଥିବା ଅନୁମାନ କରାଯାଉଛି । ଶନିବାର ପୋଲିସ ପକ୍ଷରୁ ଟାଉନ ଥାନା ହାବିଲଦାର ଦେବେନ୍ଦ୍ର ପଶାୟତ ତାଙ୍କ ସୁମଧୁର କଣ୍ଠରେ ବାଦ୍ୟଯନ୍ତ୍ରର ତାଳେ ତାଳେ ସଂଗୀତ ପରିବେଷଣ କରିଥିଲେ । ଲୋକେ ନିଜ ନିଜ ଘରର ଛାତ ଉପରେ ରହି ଏକ ଲୟରେ ତାଙ୍କ ଗୀତକୁ ଶୁଣିବା ସହିତ ତାଳି ମାରି ପୋଲିସର ମନୋବଳ ବଢ଼ାଇବାକୁ ଉଦ୍ୟମ କରିଥିଲେ । ମୁଖ୍ୟରାସ୍ତା, ସରବାହାଲ ଏପାର୍ଟମେଣ୍ଟ, ଟାଟାଗଲି, ପୁରୁଣାବସ୍ତି, ମଙ୍ଗଳବଜାର ପ୍ରଭୃତି ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details