ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ସାଲାଇନ ଦେବା ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ । ଆଜି ଝାରସୁଗୁଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ଅରୁଣ ସିଂ ଏହି ଦାବି କରିଛନ୍ତି ।
ମୃତଦେହକୁ ସାଲାଇନ ଦେବା ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଅରୁଣ ସିଂ - ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଅରୁଣ ସିଂ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ସାଲାଇନ ଦେବା ଘଟଣାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଇସ୍ତଫା ଦାବି କରିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏପରି ଘଟଣା ଦୁର୍ଭାଗ୍ୟଜନକ ବୋଲି ଅରୁଣ ସିଂ କହିଛନ୍ତି ।ଏହାସହ ସ୍ବାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ସମ୍ପର୍କୀୟ ପାଉଁଶ ବ୍ୟବସାୟରେ ସାମିଲ ରହି ପରିବେଶକୁ ପ୍ରଦୂଷିତ କରୁଥିବା ସେ ଅଭିଯୋଗ କରିଛନ୍ତି । ଏଥିରୁ କ୍ଷାନ୍ତ ରହି ପରିବେଶ ସୁରକ୍ଷାକୁ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବ ଦିଅନ୍ତୁ ବୋଲି ବିଜେପି ରାଜ୍ୟ ପ୍ରଭାରୀ କହିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ
Last Updated : Sep 15, 2019, 10:52 PM IST