ଓଡିଶା

odisha

By

Published : Nov 3, 2020, 5:58 PM IST

ETV Bharat / state

ଝାରସୁଗୁଡାର ବିଭିନ୍ନ ଅଞ୍ଚଳରୁ ଲଘୁ ଖଣିଜସମ୍ପଦ ଲୁଟ ଅଭିଯୋଗ

ଝାରସୁଗୁଡାରେ ଚାଲିଛି ବେଆଇନ ଲଘୁ ଖଣିଜସମ୍ପଦ ଖନନ । ମାଫିଆମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି । ଅଧିକ ପଢନ୍ତୁ...

ଝାରସୁଗୁଡାର ବିଭିନ୍ନ ଅଞ୍ଚଳରୁ ଲଘୁ ଖଣିଜସମ୍ପଦ ଲୁଟ ଅଭିଯୋଗ
ଝାରସୁଗୁଡାର ବିଭିନ୍ନ ଅଞ୍ଚଳରୁ ଲଘୁ ଖଣିଜସମ୍ପଦ ଲୁଟ ଅଭିଯୋଗ

ଝାରସୁଗୁଡା: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରି ହେଉଥିବା ଅଭିଯୋଗ ଆସିଛି । ଝାରସୁଗୁଡ଼ାର ଗ୍ରାମାଞ୍ଚଳ ନିକଟରେ ଥିବା ଜଙ୍ଗଲ ଅଞ୍ଚଳ ହେଉ କି ସହରାଞ୍ଚଳ, ସବୁ ଅଞ୍ଚଳରେ ଏହି ଖଣି ମାଫିଆମାନେ ସକ୍ରିୟ ହୋଇ ରହିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି ।

ଝାରସୁଗୁଡାର ବିଭିନ୍ନ ଅଞ୍ଚଳରୁ ଲଘୁ ଖଣିଜସମ୍ପଦ ଲୁଟ ଅଭିଯୋଗ

ତେବେ ପ୍ରଶାସନର ନାକ ତଳେ ଖଣିଜ ସମ୍ପଦ ଖୋଲାଖୋଲି ଲୁଟ ହେଉଛି । ପ୍ରତିବାଦ କରୁଥିବା ଜନସାଧାରଣଙ୍କୁ ମାଫିଆମାନେ ଧମକ ଦେଉଛନ୍ତି । ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବାରୁ ଏହି ଲୁଟରେ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିବା ସନ୍ଦେହ କରୁଛନ୍ତି ଅଭିଯୋଗକାରୀ । ସେହିପରି ଝାରସୁଗୁଡା ସହରାଞ୍ଚଳରେ ବେଆଇନ ମୋରମ ଖନନ ଚାଲିଛି । ସମସ୍ତ ଅଧିକାରୀ ଏ ସମ୍ବନ୍ଧରେ ଅବଗତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ଅଭୋଯୋଗ ଆସିଛି ।

ସୂଚନା ଅନୁଯାୟୀ ଝାରସୁଗୁଡା ସହର ନିକଟବର୍ତ୍ତି ଏକ ବିସ୍ତ୍ରୃତ ଅଞ୍ଚଳରେ ମାଫିଆମାନେ ଏହି ଖନନ କାର୍ଯ୍ୟ କରୁଛନ୍ତି । ଜିଲ୍ଲା ସ୍ଥିତ ଦଲକି ଗାଁ ଖାତା ନମ୍ବର ୪୪୪ ରେ ଥିବା ଜମିର ବ୍ୟାପକ ଅଞ୍ଚଳରେ ବଡ ବଡ ମେସିନ ଲଗାଇ ଏହି ମୋରମ ଓ ମାଟି ଖନନ ଚାଲିଛି । ଶହଶହ ଗାଡି ଲଗାଇ ମୋରମ ଚାଲାଣ କରାଯାଉଛି । ଦୀର୍ଘଦିନ ହେବ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଖନନ ଚାଲିଛି, ମାତ୍ର ଏହାକୁ ବନ୍ଦ କରିବାକୁ ଏବଂ ଲଘୁ ଖଣିଜ ସମ୍ପଦ ଲୁଟକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଜିଲ୍ଲା ବିଜେପି ସଙ୍ଗଠନ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details