ଝାରସୁଗୁଡ଼ା: ଝାରସୁଗୁଡା ତହସିଲରେ ଜମି ଚୋରି । ସରକାରୀ ଅଧିକାରୀଙ୍କ ଭୁଲ୍ ପାଇଁ ହାତରୁ ଖସିଗଲା ଜମି । ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ଗ୍ରାମରେ । ଝାରସୁଗୁଡ଼ା ସଦର ବ୍ଲକ ଶ୍ରୀପୁରା ମୌଜାର ମିନତୀ ପାତ୍ରଙ୍କ ଅଭିଯୋଗ ଅନୁସାରେ ତାଙ୍କ ବାପା ସ୍ବର୍ଗତଃ ଲଖ ଜଗତଙ୍କ ନାମରେ ଥିବା ଜମିକୁ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି ।
ଗତ ୧୯୭୬ ମସିହାରେ ଶ୍ରୀପୁରାରେ ୧ଏକର ୮ ଡେସିମିଲ ପରିମିତ ଏକ ଜମି କ୍ରୟ କରିଥିଲେ ବାପା ଲଖ । ଏହା ଝାରସୁଗୁଡ଼ାରେ ରେଜିଷ୍ଟ୍ରି ହୋଇଥିଲା । ହେଲେ ଏବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଘରେ ବିଧବା ମାଆଙ୍କ ସହ ଜଣେ ଝିଅ ଓ ୫ ଜଣ ପୁଅଙ୍କ ମଧ୍ୟରୁ ୩ ପୁଅଙ୍କ ମୃତ୍ୟୁ ହୋଇସାରିଛି । ବର୍ତମାନ ତାଙ୍କର ଜଣେ ଝିଅ ଓ ଜଣେ ପୁଅ ତାଙ୍କର ଉତ୍ତରାଧିକାରୀ ଭାବେ ଜୀବିତ ଅଛନ୍ତି । ସେମାନେ ଜାତିରେ ଗଣ୍ଡା (ଅନୁସୂଚିତ ଜାତି) ହୋଇଥିବା ବେଳେ ଉକ୍ତ ଜମିର ପଟ୍ଟାରେ ଭୁଲକ୍ରମେ ତାଙ୍କ ଜାତି ଗଣ୍ଡ (ଅନୁସୂଚିତ ଜନଜାତି) ଦର୍ଶାଯାଇଛି । ଜମିର ପଟ୍ଟାରେ ଏହାକୁ ସଂଶୋଧନ ପାଇଁ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା । ମାତ୍ର ସଂଶୋଧନ ଏପର୍ଯ୍ୟନ୍ତ ହୋଇ ପାରିନାହିଁ ।
ଏହାର ସୁଯୋଗ ନେଇ ଜନୈକ ଦଲାଲ ଅସାଧୁ ଆରଆଇଙ୍କୁ ହାତ କରି ସୁସ୍ମିତା ମାଝୀ ଓ ଦେବେନ୍ଦ୍ର ମାଝୀ ନାମକ ଜଣେ ମହିଳାଙ୍କୁ ଝିଅ ଓ ଦେବେନ୍ଦ୍ର ମାଝୀ ନାମକ ଜଣେ ପୁରୁଷଙ୍କୁ ସ୍ବର୍ଗତ ଜଗତଙ୍କ ଦୁଇ ସନ୍ତାନ ଦର୍ଶାଇ ତାଙ୍କର ୧ ଏକର ୮ ଡେସିମିଲ ପରିମିତ ଜମିକୁ ଚଞ୍ଚକତା ପୂର୍ବକ ବିକ୍ରି କରି ଦେଇଛି ବୋଲି ଅଭିଯୋଗ କରିଛନ୍ତି ଜଗତଙ୍କ ପରିବାର ।