ଝାରସୁଗୁଡ଼ା: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ପ୍ରକୋପ । ଏମିତିରେ ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ବର୍ତ୍ତମାନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ସ୍ଥାନୀୟ ଉଠା ଦୋକାନୀ ଅନେକ ହଇରାଣ ହେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହା ଆଧାରରେ ଆଗାମୀ 15 ଦିନ ପର୍ଯ୍ୟନ୍ତ ରାସ୍ତା କଡରେ କୌଣସି ଜଳଖିଆ ଦୋକାନ ନଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା 15 ଦିନ ଯାଏଁ ଝାରସୁଗୁଡାରେ ଖୋଲିବନି ଜଳଖିଆ ଦୋକାନ - ଝାରସୁଗୁଡାରେ ଜଳଖିଆ ଦୋକାନ ବନ୍ଦ
ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ପ୍ରକୋପ । ଏମିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହା ଆଧାରରେ ଆଗାମୀ 15 ଦିନ ପର୍ଯ୍ୟନ୍ତ ରାସ୍ତା କଡରେ କୌଣସି ଜଳଖିଆ ଦୋକାନ ନଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଝାରସୁଗୁଡାରେ ଆଗାମୀ 15 ଦିନ ଯାଏଁ ଖୋଲିବନି ରାସ୍ତାକଡ ଜଳଖିଆ ଦୋକାନ
ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁଁ କ୍ଷତି ସହୁଥିବା ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ 2500 ଟଙ୍କା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଝାରସୁଗୁଡା ଜିଲ୍ଲାପାଳ ଟ୍ବିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି । ସେପଟେ ଯଦି କେହି ଏହି ଆଇନରେ ଖିଲାପ କରନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଟ୍ବିଟରେ ସ୍ପଷ୍ଟ କରିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ