ଓଡିଶା

odisha

ETV Bharat / state

Jharsuguda By Poll: କିଏ ହେବ ବିଜେପି-କଂଗ୍ରେସ ପ୍ରାର୍ଥୀ, ଚାଲିଛି ଅଙ୍କକଷା - ଝାରସୁଗୁଡା ଉପନିର୍ବାଚନ ନେଇ ବଜେପି ପ୍ରସ୍ତୁତି

ଝାରସୁଗୁଡା ଉପନିର୍ବାଚନ ନେଇ ବିଗୁଲ ବାଜି ସାରିଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରି ସାରିଛି । ବିଜେଡି ପରେ କଂଗ୍ରେସ ଓ ବିଜେପି ଲଢେଇ ପାଇଁ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅଧିକ ପଢନ୍ତୁ

କଂଗ୍ରେସ-ବିଜେପି ପ୍ରାର୍ଥୀ ଉପରେ ନଜର
Jharsuguda By Poll

By

Published : Apr 2, 2023, 11:02 AM IST

Updated : Apr 2, 2023, 11:38 AM IST

Jharsuguda By Poll

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ବିଗୁଲ ବାଜି ସାରିଛି । ଏବେ ରାଜନୈତିକ ପାଣିପାଗ ସରଗରମ ରହିଛି । ଉପନିର୍ବାଚନ ତାରିଖ ଘୋଷଣା ପରେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରି ସାରିଛି । ଏବେ କଂଗ୍ରେସ ଓ ବିଜେପି କାହାକୁ ପ୍ରାର୍ଥୀ ଘୋଷଣା କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଖୁବଶୀଘ୍ର ଦୁଇ ଦଳ ତାର ପ୍ରାର୍ଥୀ ଘୋଷଣା କରିପାରନ୍ତି ।

ବିଜେଡି ଅନୁକମ୍ପା କାର୍ଡ ଖେଳିଛି । ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥିନୀ କରିଛି । ତେବେ କଂଗ୍ରେସ ଓ ବିଜେପି ଏପର୍ଯ୍ୟନ୍ତ ତାଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେପିରୁ ଟଙ୍କଧର ତ୍ରିପାଠୀଙ୍କୁ ଏକ ପ୍ରକାର ଟିକଟ ମିଳିବା ନେଇ ଚର୍ଚ୍ଚା ହେଉଛି । କାରଣ ନବ ଦାସ ଥିବା ସମୟରେ ହିଁ ସେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଳକ ବୁଲି ବୁଲି ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ନଜରକୁ ଆସିଥିଲା । ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଟିକେଟ ପାଇ ପ୍ରାୟ ୫୨ହଜାର ଭୋଟ ଆଣିଥିବା ଦିନେଶ ଜୈନକୁ ଭରସା କରିବ କି ଦଳ ନା ନୂତନ ଯୁବ ଚେହେରା ଭାବେ ଆଗକୁ ଆସିଥିବା ଟଙ୍କଧରଙ୍କ ଟିକେଟ ଦେବ ତାହା ଏବେ ଦ୍ଵନ୍ଦରେ ରହିଛି ।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଆଶାୟୀ ତାଲିକା ବହୁତ ବଡ଼ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇଥିବା ମହେନ୍ଦ୍ର ନାଏକ, ପୂର୍ବତନ ବିଧାୟକ ସ୍ଵର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ଜିଲ୍ଲା ସଭାପତି ଅଶୋକ ମିଶ୍ର ପୂର୍ବରୁ ପ୍ରାର୍ଥୀଙ୍କ ତାଲିକାରେ ଥିବା ବେଳେ, କଂଗ୍ରେସ ମହିଳା କାର୍ଡ ଖେଳି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ନମିତା ବିଶ୍ବାଳଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହା ବି ବି ପଢନ୍ତୁ...Dipali Das Reaction: ବାପାଙ୍କ ସ୍ବପ୍ନ ପୂରଣ କରିବି କହିଲେ ଦିପାଳୀ ଦାସ

ଏହା ବି ପଢନ୍ତୁ...Jharsuguda By Poll: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

ତେବେ ବିଜେପି ୭ଟି ଉପନିର୍ବାଚନରୁ ଗୋଟିଏ ଜିତିଛି ଏବଂ ଚଳିତ ପୌର ନିର୍ବାଚନରେ ଝାରସୁଗୁଡ଼ା ପୌରାଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଟଙ୍କଧର ତ୍ରିପାଠୀ କହିଥିବା ବେଳେ, ଝାରସୁଗୁଡ଼ା କଂଗ୍ରେସର ଗଡ଼ ଥିଲା ଅଛି ଓ ଆଗକୁ ମଧ୍ୟ ରହିବ ବୋଲି କଂଗ୍ରେସ ନେତା କହିଛନ୍ତି । ଆଉ କିଛି ଦିନ ମଧ୍ୟରେ କଂଗ୍ରେସ ଏକ କମିଟି ଝାରସୁଗୁଡ଼ା ଆସି ଯେଉଁ ପ୍ରାର୍ଥୀଙ୍କ ତାଲିକା ରହିଛି ତାହାକୁ ଦେଖି କଂଗ୍ରେସ ଉପଯୁକ୍ତ ପ୍ରାର୍ଥୀ ଦେବ ବୋଲି ପିସିସି ସଭାପତି କହିଛନ୍ତି । ତେବେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ କେବେ ଓ କାହାକୁ ପ୍ରାର୍ଥୀ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମଇ 10 ତାରିଖରେ ଭୋଟ ଗ୍ରହଣ ହେବ ଏବଂ ମଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏପ୍ରିଲ 13 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ 20 ତାରିଖ ସୁଦ୍ଧା ନାମାଙ୍କନ ଓ ଏପ୍ରିଲ 24 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ।

ଇଚିଭି ଭାରତ, ଝାରସୁଗୁଡା

Last Updated : Apr 2, 2023, 11:38 AM IST

ABOUT THE AUTHOR

...view details