ଝାରସଗୁଗୁଡା: ପୁଣିଥରେ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବର ଏବଂ ରାୟପୁର ପାଇଁ ଉଡାଣ ଯୋଜନାରେ ଆରମ୍ଭ ହୋଇଛି ବିମାନସେବା । ଏଠାକାର ବୀର ସୁରେନ୍ଦ୍ରସାଏ ବିମାନବନ୍ଦରରୁ ଉଡାଣ ଯୋଜନାରେ ବିମାନ ସେବା ଆରମ୍ଭ କରିଛି ଆଲାଏନ୍ସ ଏୟାର । ଭୁବନେଶ୍ବର ବିମାନବନ୍ଦର ବିମାନ ଆସି ଝାରସୁଗୁଡ଼ା ପହଁଞ୍ଚିବା ପରେ ଏକ ଉଦଘାଟନି ସମାରୋହ ଅନୁଷ୍ଠିତ ହୋଇଥିଲା ।
ଖୁବଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିବ ବିମାନସେବା - alliance air
ଖୁବଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ବିମାନ ସେବା ଉପଲବ୍ଧ ହେବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ।
ଏଥିରେ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସମେତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନିର୍ଦେଶକ ଏସକେ ଚୌହାନ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଖୁବଶିଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ବିମାନ ସେବା ଉପଲବ୍ଧ ହେବ ବୋଲି ଜଣାଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ । ଏନେଇ ଯୋଜନା ଚାଲିଛି, ଯଥାସମ୍ଭବ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ଜଣାଇଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ