ଝାରସୁଗୁଡ଼ା :କେନ୍ଦ୍ର ସରକାରଙ୍କ ନୂଆ ସେନା ଭର୍ତ୍ତି ଯୋଜନା 'ଅଗ୍ନିପଥ' ବିରୋଧରେ ସାରା ଦେଶରେ ଚାଲିଛି ବିକ୍ଷୋଭ । ଧିରେ ଧିରେ ଏହା ରାଜନୈତିକ ପ୍ରସଙ୍ଗ ପାଲଟିବାରେ ଲାଗିଛି । ବିରୋଧୀ ଦଳର ନେତାମାନେ ଏହି ଯୋଜନା ବିରୁଦ୍ଧରେ ସ୍ବର ଉଠାଇବା ଆରମ୍ଭ କରିଦେଲେଣି । ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ 'ଅଗ୍ନିପଥ' ବିରୋଧରେ ତେଜୁଛି ଉତ୍ତେଜନା । ଅନେକ ସ୍ଥାନରେ ରାଜପଥର ଉଭୟ ପାର୍ଶ୍ବରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ କରାଯାଉଥିବା ନଜିର ରହିଛି ।
ଝାରସୁଗୁଡ଼ାରେ ଜଳୁଛି ଅଗ୍ନିପଥ ବିରୋଧ ବିକ୍ଷୋଭ
ଝାରସୁଗୁଡ଼ାରେ ଜଳୁଛି 'ଅଗ୍ନିପଥ' ବିରୋଧ ବିକ୍ଷୋଭ । ସରକାର ଏହି ଯୋଜନାକୁ ତରବରିଆ ଭାବରେ ଆଣିଛନ୍ତି । ଅଧିକ ପଢ଼ନ୍ତୁ
ଝାରସୁଗୁଡ଼ାରେ ଜଳୁଛି 'ଅଗ୍ନିପଥ' ବିରୋଧ ବିକ୍ଷୋଭ
ସରକାର ଏହି ଯୋଜନାକୁ ତରବରିଆ ଭାବରେ ଆଣିଛନ୍ତି । ଯେଉଁଥିରେ ଆଶାୟୀ ପ୍ରାର୍ଥୀ ମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରରେ ରହିଛି । ସରକାରଙ୍କ ଏହି ଯୋଜନାରେ ସୁଧାର ଆଣି ସୈନିକ ମାନଙ୍କ ଭବିଷ୍ୟତ ଚିନ୍ତା କରି ପଦକ୍ଷେପ ଗ୍ରହଣ କରିବା ଦରକାର ।
ଏହି ଯୋଜନା ଆଗତ ହେବା ପରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖା ଦେଇଛି । ଏହା ଦେଶ ପାଇଁ ହିତକର ହୋଇଥିଲେ ମଧ୍ୟ ଯୁବପୀଢ଼ିଙ୍କ ଭବିଷ୍ୟତ ଉପରେ ଏହା ପ୍ରଭାବ ପକାଇବ । ତେଣୁ ସରକାର ଏହି ଯୋଜନା ଉପରେ ଦୃଷ୍ଟି ଦେବା ସହ ଏହାର ପୁନଃ ନିରୀକ୍ଷଣ କରିବା ଦରକାର ।
ଇଟିଭି ଭାରତ, ଝାରସୁଗୁଡ଼ା