ଝାରସୁଗୁଡା:ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ । ସୂଚନାନୁସାରେ ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳର ସୁଶାନ୍ତ କୁମାର ବୁଦୁଲାଙ୍କୁ ୨୦୧୪ର ଏକ ନାବାଳିକାର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅତିରିକ୍ତ ଦୌରାଜଜ କୋର୍ଟ ଆଜି (ମଙ୍ଗଳବାର) ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଷ୍ଟିସ ମଦନ ଲାଲ କେଡ଼ିଆ ।
ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ଡେରିରେ ହେଉପଛେ ନାବାଳିକା ପୀଡିତାଙ୍କ ପରିବାରକୁ ମିଳିଲା ନ୍ୟାୟ । ଦୁର୍ଷ୍କମ ଓ ହତ୍ୟା ମାମଲାରେ କାରାଦଣ୍ଡାଦେଶ ଶୁଣାଇଲେ ଝାରସୁଗୁଡା ଦୌରାଜଜ୍ । ଅଧିକ ପଢନ୍ତୁ...
ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ତେବେ ଏହି ମାମଲାରେ ୩୬ଟି ସାକ୍ଷୀର ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରିବା ପରେ ସୁଶାନ୍ତ କୁମାର ବୁଦୁଲାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାବାସର ସଜ୍ଜା ଶୁଣାଇବା ସହ ୧୦ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ