ଓଡିଶା

odisha

By

Published : Oct 25, 2019, 3:01 PM IST

ETV Bharat / state

ଟ୍ରଲର ଧକ୍କାରେ 2 ଭାଇଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ଝାରସୁଗୁଡା ସହର ନିକଟସ୍ଥ ବଡମାଳ ଥାନା ଅଧୀନରେ ଥିବା ଏସଏମସି ପାୱାର ପ୍ଲାଣ୍ଟ ଛକରେ ଟ୍ରଲର ଧକ୍କାରେ 2 ଭାଇଙ୍କ ମୃତ୍ୟୁ । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଟ୍ରଲର ଧକ୍କାରେ 2 ଭାଇଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ଝାରସୁଗୁଡା ସହର ନିକଟସ୍ଥ ବଡମାଳ ଥାନା ଅଧୀନରେ ଥିବା ଏସଏମସି ପାୱାର ପ୍ଲାଣ୍ଟ ଛକରେ । ମୃତକ 2 ଭାଇ ହେଲେ ତୁମ୍ବେକେଲା ଗ୍ରାମର 45 ବର୍ଷୀୟ ଶାନ୍ତନୁ ଭଇଁଷା ଓ 42 ବର୍ଷୀୟ ଜଗନ୍ନାଥ ଭଇଁଷା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାନୁସାରେ, ଶୁକ୍ରବାର ସକାଳ 10ଟାରେ ଏକ ଲୁହାପଥର ବୋଝେଇ ଟ୍ରଲର ଏସଏମସି ପାୱାର ପ୍ଲାଣ୍ଟ ଛକ ଦେଇ ଯାଉଥିବାବେଳେ ଏକ ବାଇକକୁ ଧକ୍କା ଦେଇଥିଲା । ଉକ୍ତ ବାଇକରେ ଶାନ୍ତନୁ ଓ ଜଗନ୍ନାଥ ଯାଉଥିଲେ । ଟ୍ରଲ ଧକ୍କାରେ ଉଭୟ ଭାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ସେପଟେ ଘଟଣାର ଖବର ପାଇଁ ବଡମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ସମ୍ବଲପୁର-ରାଉରକେଲା ଏକ୍ସପ୍ରେସକୁ ୱେକୁ ଅବରୋଧ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details