ଓଡିଶା

odisha

ETV Bharat / state

ରକ୍ତ ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ - ରକ୍ତ ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ

ଲକ ଡାଉନର ପ୍ରଭାବ । ରକ୍ତ ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ । ଅଧିକ ପଢନ୍ତୁ...

a lady lost her life for blood ,due to lock down in jharsuguda
ରକ୍ତ ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ

By

Published : May 6, 2020, 12:56 PM IST

ଝାରସୁଗୁଡା:ରକ୍ତ ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ । ମା କ୍ଷୀର ଛାଡି ନଥିବା ଦେଢ଼ ମାସର ଶିଶୁ ସମେତ ୪ ଶିଶୁଙ୍କୁ ଅନାଥ କରି ଚାଲିଗଲା ମା । ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀକୁ ହରାଇବା ପରେ ନିଜ ଛୁଆଙ୍କୁ ଧରି କାନ୍ଦୁଛନ୍ତି ବାପା ସୁନୀଲ ପାଣ୍ଡେ । ସୁଦୂର ଉତ୍ତରପ୍ରଦେଶରୁ ଓଡିଶାକୁ ରୋଜଗାର ପାଇଁ ଧାଇଁ ଆସିଥିବା ସୁନୀଲ ପରିବାର ସହ ବନ୍ଧବାହାଲରେ ରହୁଥିଲେ । ଦୁଇଦିନ ତଳେ ହଠାତ ସ୍ତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ତ୍ରୀ ପାଇଁ ଆବଶ୍ୟକ ପଡୁଥିବା ରକ୍ତ ଯୋଗାଡ଼ କରି ପାରିଲେନି ସ୍ବାମୀ । ଶେଷରେ ଆଖି ବୁଝିଲେ ସ୍ତ୍ରୀ ।

ରକ୍ତ ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ

ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ କିଛି ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ସ୍ତ୍ରୀର ଅନ୍ତେଷ୍ଟି କ୍ରିୟା କରିଥିଲେ । ଅନ୍ୟପଟେ ଚାଇଲ୍ଡ ଲାଇନ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ୪ଶିଶୁଙ୍କୁ ଝାରସୁଗୁଡା ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପରେ ଅସ୍ଥାୟୀ ଭାବେ ଥଇଥାନ କରିଛନ୍ତି । ଲକଡ଼ାଉନ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି । ଫଳରେ ଅକାଳରେ ଚାଲି ଯାଉଛି ରୋଗୀଙ୍କ ଜୀବନ । ମେଡିକାଲରେ ରକ୍ତ ପାଇଁ କୈଣସି ରୋଗୀ ଯେଭଳି ହଇରାଣ ନ ହୁଅନ୍ତି ଏନେଇ ସରକାର ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details