ଝାରସୁଗୁଡା:ଝାରସୁଗୁଡା ଜିଲ୍ଲା ପିପିଲିକାନି ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । ଏନେଇ ଆଶ୍ରମ ସ୍କୁଲ ସମ୍ମୁଖରେ ମୃତଦେହ ରଖି ପରିବାର ଓ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ । ତେବେ ମୃତ ଛାତ୍ର ଜଣକ ଛାତ୍ରୀ ଜଣକ ଅଇଁଲାପାଲି ଗ୍ରାମର ବବଲି ସା ବୋଲି ଜଣାପଡିଛି ।
ସୂଚନା ମୁତାବକ, ଗତ 18 ତାରିଖ ଦିନ ସ୍କୁଲ କର୍ତ୍ତୁପକ୍ଷ ବବଲିଙ୍କୁ ଖାଲି ପେଟରେ ଫାଇଲେରିଆ ମେଡ଼ିସିନ ଖାଇବାକୁ ଦେଇଥିଲେ । ଏନେଇ ଗତ ୨୫ ତାରିଖ ଦିନ ବବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ 26 ତାରିଖରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିଲେ । ଏହାପରେ କୁମ୍ଭାରବନ୍ଧ ଚିକିତ୍ସାଳୟରେ ଦେଖାଇବା ପରେ ଗତକାଲି ତାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥଲେ l ହେଲେ ଜିଲ୍ଲା ଚିକିତ୍ସାଧୀନ ଅବସ୍ଥାରେ ବବଲିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦେଇଛନ୍ତି l
ଅନ୍ୟପଟେ ପିପିଲିକାନି ଆଶ୍ରମ ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ବବଲିଙ୍କ ଦେହ ଅସୁସ୍ଥ ହେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ଗତକାଲି(ସୋମବାର) ବବଲିଙ୍କ ମୃତଦେହ ରଖି ଆନ୍ଦୋଳନ କରିଥିଲେ ପରିବାର ଲୋକେ l ସେପଟେ 18 ତାରିଖ ଦିନ ମଧ୍ୟାହ୍ନ ଭୋଜନ ପରେ ଫାଇଲେରିଆ ମେଡ଼ିସିନ ଦିଆଯାଇଥିବା ବେଳେ 21 ତାରିଖ ଦିନ ଜଣେ ସ୍ୱାସ୍ଥ୍ୟକର୍ମୀ ସ୍କୁଲକୁ ଆସି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ପ୍ରକାଶ କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।