ଓଡିଶା

odisha

By

Published : May 21, 2023, 8:01 AM IST

ETV Bharat / state

Water Awards: ଜଳ ପରିଚାଳନା କ୍ଷେତ୍ରରେ ଦ୍ୱିତୀୟରେ ଓଡ଼ିଶା

ଜାତୀୟ ଜଳ ଦିବସରେ ପ୍ରଥମ ସ୍ଥାନ ହାସଲ କରିଛି ମଧ୍ୟପ୍ରଦେଶ । ଦ୍ୱିତୀୟରେ ରହିଛି ଓଡ଼ିଶା । ଅଧିକ ପଢନ୍ତୁ

national-water-awards-mp-tops-in-best-state
ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ

ନୂଆଦିଲ୍ଲୀ: ଜାତୀୟ ଜଳ ଦିବସରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି ମଧ୍ୟପ୍ରଦେଶ ରାଜ୍ୟ । ନ୍ୟାସନାଲ ୱାଟର ଡେ ଆୱାର୍ଡ ୨୦୨୨ରେ ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶ ରହିଥିବାବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନ ହାସଲ କରିଛି । ଆନ୍ଧ୍ରପ୍ରଦେଶ ଏବଂ ବିହାର ଉଭୟ ତୃତୀୟ ସ୍ଥାନରେ ରହିଥିବା ଜଳ ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଜଳ ସଂରକ୍ଷଣରେ ସର୍ବୋତ୍ତମ ଜିଲ୍ଲାର ମାନ୍ୟତା ପାଇଛି ଓଡ଼ିଶାର ଗଞ୍ଜାମ ଜିଲ୍ଲା । ଏହାସହ ତାମିଲନାଡୁର ନମକ୍କାଲ ଓ ତେଲେଙ୍ଗାନାର ଆଦିଲାବାଦକୁ ମଧ୍ୟ ମିଳିଛି ସର୍ବୋତ୍ତମ ଜିଲ୍ଲା ମାନ୍ୟତା । ଆସନ୍ତା ମାସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ସମସ୍ତ ଜିଲ୍ଲାମାନଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ମୁତାବକ, ଏହି ଆୱାର୍ଡ ପାଇଁ ୪୧ଟି ପ୍ରତିଯୋଗୀ ଜିଲ୍ଲାର ନାମ ମନୋନୀତ ହୋଇଥିଲା । ସେଥିମଧ୍ୟରେ ସର୍ବୋତ୍ତମ ରାଜ୍ୟ, ସର୍ବୋତ୍ତମ ଜିଲ୍ଲା, ସର୍ବୋତ୍ତମ ପଞ୍ଚାୟତ, ସର୍ବୋତ୍ତମ ପୌରାଞ୍ଚଳ, ସର୍ବୋତ୍ତମ ବିଦ୍ୟାଳୟ, ସର୍ବୋତ୍ତମ ଗଣମାଧ୍ୟମ, ଅନୁଷ୍ଠାନ ତଥା ଆସୋସିଏସନ ଭଳି କ୍ୟାଟେଗୋରୀ ସାମିଲ ରହିଥିଲା । ଏହି ଯୋଜନାଜଳ ଶକ୍ତି ବିଭାଗ ତରଫରୁ ପ୍ରଥମ କରି ୨୦୧୮ରେ ଆରମ୍ଭ ହୋଇଥିଲା । ପାନୀୟ ଜଳରୁ ଆରମ୍ଭ କରି ଜଳର ସମସ୍ତ ଉତ୍ସକୁ ସଠିକ୍ ରୂପେ ପରିଚାଳନା କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ତେବେ ରାଜ୍ୟ,ଜିଲ୍ଲା ଓ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ୟକ୍ତିଗତ ଭାବେ ଅନେକ ପ୍ରତିଷ୍ଠାନ ମଧ୍ୟ ଅଂଶଗ୍ରହଣ କରିଥିଲେ । ଗତ ୩ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଚାଲିଆସୁଥିବାବେଳେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଆୟୋଜିତ ହୋଇଥିଲା । ଜଳଯୋଗାଣ କ୍ଷେତ୍ରରେ ସଠିକ ପରିଚାଳନା ନିମନ୍ତେ ଦ୍ବିତୀୟ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛି ଓଡ଼ିଶା । ଅନେକ ବିପର୍ଯୟ ସତ୍ତ୍ବେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପାରଦର୍ଶିତା ଦେଖାଇବା ସହ ଆଗରେ ରହି ଆସିଛି । ଚଳିତ ବର୍ଷ ମଧ୍ୟ ରାଜ୍ୟର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାଜ୍ୟବାସୀ । ଏବଂ ଆସନ୍ତା ବର୍ଷ କିଭଳି ପ୍ରଥମ ସ୍ଥାନ ହାସଲ କରିପାରିବ ସେହି ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ମତ ପ୍ରକାଶ ପାଇଛି । ଆସନ୍ତା ମାସରେ ସମସ୍ତ ପ୍ରତିଯୋଗୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଦ୍ବାରା ପୁରସ୍କୃତ ହେବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷେ ଜଳ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ABOUT THE AUTHOR

...view details