ଓଡିଶା

odisha

ETV Bharat / state

ଅନଲାଇନରେ ଠକି ନେଲେ 35 ହଜାର - jharsuguda news

ଅନଲାଇନ ଠକଙ୍କ ଶିକାର ହେଲେ ଯୁବକ । ଅଧିକ ପଢନ୍ତୁ....

ଅନଲାଇନରେ ଠକୁ ନେଲେ 35 ହାଜର
ଅନଲାଇନରେ ଠକୁ ନେଲେ 35 ହାଜର

By

Published : Feb 17, 2021, 10:02 PM IST

Updated : Feb 17, 2021, 10:56 PM IST

ଝାରସୁଗୁଡା: ଅନଲାଇନ ଠକଙ୍କ ଶିକାର ହେଲେ ଯୁବକ। ଅନଲାଇନ ଋଣ ଉଠାଇବା ଲୋଭରେ ଦେଇଦେଲେ 35 ହଜାର 724 ଟଙ୍କା । ମିଠାକଥା ଓ ବିଶ୍ୱାସ କରିବା କହି ଟଙ୍କା ଲୁଟି ନେବା ପରେ ହରଡ଼ଘଣାରେ ପଡିବାରୁ ଯୁବକ ବଡମାଲ ଥାନାର ଦ୍ବାରସ୍ଥ ହେଲେ। ଗଞ୍ଜାମ ଜିଲ୍ଲାରୁ ଆସି ଝାରସୁଗୁଡା ରେ ଏକ କାରଖାନାରେ କାମ କରୁଥିବା ସମୀର ପାଢ଼ୀ ଅନଲାଇନ କଲ ପାଇଁ 3 ଲକ୍ଷ ଟଙ୍କା ଋଣ ପାଇବା ଆଶାରେ ପର୍ଯ୍ୟାୟ କ୍ରମେ ଦେଇ ଚାଲିଲେ ଅର୍ଥ ।

ଅନଲାଇନରେ ଠକି ନେଲେ 35 ହଜାର

ଗୁଗୁଲ ସର୍ଚ କଲାପରେ ଧନଲକ୍ଷ୍ମୀ ଫାଇନାନ୍ସ ନାମକ ଏକ ସଂସ୍ଥାରେ ସେ ବ୍ୟକ୍ତିଗତ ଋଣପାଇଁ ଅନଲାଇନ ଆବେଦନ କରିଥିଲେ। ଏହି ସାଇଟରେ ସେ ତାଙ୍କ ବିବରଣୀ ଦେବାପରେ ବିକାଶ ଜୈନ ନାମକ ସେହି କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ଯୁବକ ଜଣକ ମୋବାଇଲ ନମ୍ବରରେ ଫୋନ କରିଥିଲେ। ଋଣ ପାଇଁ ଆଧାର କାର୍ଡ,ପାନ କାର୍ଡ ଦରକାର ବୋଲି କହି ତାର ଫଟୋକପି ମାଗିଥିଲେ । ପ୍ରଥମ ପର୍ଯ୍ୟାୟରେ 25 ଶହ ଟଙ୍କା ଦେବା ପରେ 3 ପର୍ଯ୍ୟାୟରେ 35 ହଜାର724 ଟଙ୍କା ଲୁଟି ନେବା ପରେ କୌଣସି ଋଣ ଅର୍ଥ ନପାଇ ସମ୍ପୃକ୍ତ ଅନଲାଇନ ଠକଙ୍କୁ ଦେଇଥିବା ଅର୍ଥ ଫେରାଇବାକୁ କହିବାରୁ ପୁଣି ସାଢ଼େ 4 ହଜାର ଟଙ୍କା ପ୍ରଦାନ କରିବାକୁ କୁହାଯିବାରୁ ଅନ୍ୟ ଉପାୟ ନପାଇ ସୀମାଞ୍ଚଳ ବଡମାଲ ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 17, 2021, 10:56 PM IST

ABOUT THE AUTHOR

...view details