ଝାରସୁଗୁଡା: ପୁଣି ସାମ୍ନାକୁ ଆସିଲା ନର୍ସିଂହୋମର କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗ । ଜିଲ୍ଲାରେ 3 ନର୍ସିଂହୋମକୁ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ପରେ 3 ନର୍ସିଂହୋମକୁ ସିଲ କରାଯାଇଛି ।
ତେବେ ଝାରସୁଗୁଡା ସହରରେ ଥିବା ଏହି 3ଟି ନର୍ସିଂହୋମ ହେଲା ଅଗ୍ରୱାଲ ନର୍ସିଂହୋମ, ଆରକେ ମଲଟିକେୟାର ହୋମ, ଲକ୍ଷ୍ୟ କେୟାର । ଏହି ନର୍ସିଂହୋମ ଗୁଡିକୁ ସିଲ କରାଯିବା ପରେ ଜିଲ୍ଲାରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ମାନଙ୍କରେ ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଭାବେ ଯାଞ୍ଚ ଆରମ୍ଭ ହୋଇଛି । କୋଭିଡ19 ଗାଇଡ ଲାଇନ୍ ସଠିକ ଭାବେ ପାଳନ ହେଉଛି କି ନାହିଁ, ସେନେଇ ଜୋରଦାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଝାରସୁଗୁଡା ଜିଲ୍ଲା ପ୍ରଶାସନର କୋଭିଡ଼ ମାଜିଷ୍ଟ୍ରେଟ ଗୋଲଖ ବିହାରୀ ମଙ୍ଗରାଜ ନେତୃତ୍ବରେ ଟାଉନ ଥାନାଧିକାରୀ ସହ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଚଢ଼ାଉରେ ସାମିଲ ରହିଛନ୍ତି ।