ଓଡିଶା

odisha

ETV Bharat / state

ଝାରସୁଗୁଡାରେ ଓକିଲଙ୍କ ତିନି ଦିନିଆ କାର୍ଯ୍ୟବନ୍ଦ ଡାକରା

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି କ୍ରମେ ଆଜି ଠାରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ସ୍ଥାପନ ଦାବିରେ ଝାରସୁଗୁଡାରେ ଓକିଲଙ୍କ 3 ଦିନିଆ କାର୍ଯ୍ୟ ବନ୍ଦ ଡାକରା । ଅଧିକ ପଢନ୍ତୁ...

By

Published : Oct 29, 2019, 7:47 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି କ୍ରମେ ଆଜି ଠାରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଓକିଲଙ୍କ 3 ଦିନିଆ କାର୍ଯ୍ୟ ବନ୍ଦ ଡାକରା । ଏହି କାର୍ଯ୍ୟ ଦିବସରେ ହରତାଳ ସହ ଝାରସୁଗୁଡା ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ପୃଥକ ପୃଥକ ଟିମ ଗଠନ କରି ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ସମେତ ସମସ୍ତ ବ୍ଲକ ମୁଖ୍ୟାଳୟରେ ପିକେଟିଂ କରି ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଗୋଟିଏ ପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଗତ 5 ବର୍ଷ ତଳୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଏହାକୁ ଜୋରଦାର କରାଯାଇଛି । ଅନ୍ୟପଟେ ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି । ଅର୍ଦ୍ଧସାମରିକ ବାହିନୀ ମୁତୟନ ଯାଏଁ କଥା ପହଞ୍ଚି ଯାଇଥିଲା ।

ଏନେଇ ଝାରସୁଗୁଡା ଓକିଲ ସଂଘର ସଭାପତି ସନ୍ଦୀପ ଅବସ୍ତିଙ୍କୁ ଯୋଗାଯୋଗ କରିବାରୁ ଭାରତୀୟ ବାର କାଉନସିଲ ତରଫରୁ କୌଣସି ନିର୍ଦ୍ଦେଶ ପାଇନଥିବା ବେଳେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details