ଓଡିଶା

odisha

ETV Bharat / state

ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି ଅଭିଯୋଗ, ୩ ଗିରଫ - ଝାରସୁଗୁଡା ପାଣି ଭର୍ତ୍ତି ଗ୍ୟାସ ସିଲିଣ୍ଡର ବିକ୍ରି

ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି କରିବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରିଛି । OMP ସ୍ଥିତ IOCL ବଟଲିଂ ପ୍ଲାଣ୍ଟରେ ସିଲିଣ୍ଡରରେ ପାଣି ଭର୍ତ୍ତି କରାଯାଇଥିବା ନେଇ IOCL ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା। ଅଧିକ ପଢନ୍ତୁ...

ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି ଅଭିଯୋଗ: ୩ ଗିରଫ
ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି ଅଭିଯୋଗ: ୩ ଗିରଫ

By

Published : Aug 18, 2021, 5:37 PM IST

Updated : Aug 18, 2021, 9:37 PM IST

ଝାରସୁଗୁଡା: ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି କରିବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଝାରସୁଗୁଡା OMP ସ୍ଥିତ IOCL ବଟଲିଂ ପ୍ଲାଣ୍ଟରେ ସିଲିଣ୍ଡରରେ ପାଣି ଭର୍ତ୍ତି କରାଯାଇଥିବା ନେଇ IOCL ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା।

ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି ଅଭିଯୋଗ: ୩ ଗିରଫ

ଗୋଟିଏ ଟ୍ରକରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି ହୋଇ ଅତାବିରା ଯାଉଥିବା ସମୟରେ ବାଟରେ ଟ୍ରକରୁ ଗ୍ୟାସ ସିଲିଣ୍ଡରରୁ କିଛି ମାତ୍ରାରେ ଗ୍ୟାସ ବାହାର କରି ପରେ ସେହି ସିଲିଣ୍ଡରରେ ପାଣି ଭର୍ତ୍ତି କରାଯାଉଥିଲା । ପରେ ତାକୁ ଚାଲାଣ କରାଯାଉଥିବା ପୋଲିସ ଜାଣିବାକୁ ପାଇବା ପରେ ପୋଲିସ ୩ ଜଣକୁ ଗିରଫ କରି ତାଙ୍କଠାରୁ ୧୦ଟି ସିଲିଣ୍ଡର ଓ ଗୋଟିଏ ମାରୁତି ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଝାରଖଣ୍ଡର ଅଭିନାଶ ୟାଦବ, ଭୁବନେଶ୍ୱର ୟାଦବ, ଝାରସୁଗୁଡା ବେହେରାମାଲର ମାନସ ରଞ୍ଜନ ପାତ୍ର। ମାନସ ରଞ୍ଜନ ପାତ୍ରର ଝାରସୁଗୁଡାରେ ଏକ ବେଆଇନ ଗ୍ୟାସ ଦୋକାନ ରହିଥିବା ସହ 500 ଟଙ୍କାରେ ଗ୍ୟାସ ସିଲିଣ୍ଡର କିଣି 800 ଟଙ୍କାରେ ବିକ୍ରି କରୁଥିବା ସୂଚନା ଦିଆଯାଇଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 18, 2021, 9:37 PM IST

ABOUT THE AUTHOR

...view details