ଓଡିଶା

odisha

By

Published : Mar 9, 2022, 8:59 AM IST

ETV Bharat / state

ବାଇକକୁ ଧକ୍କା ଦେଲା ହାଇୱା, 2 ମୃତ

ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଏକ ବାଇକକୁ ହାଇୱା ଧକ୍କା ଦେବାରୁ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

severe accident in jharsuguda
ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ

ଝାରସୁଗୁଡା: ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଏକ ବାଇକକୁ ହାଇୱା ଧକ୍କା ଦେବାରୁ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁଇ ଜଣ ଯୁବକ ପଞ୍ଚୁଗାଁରୁ ବେଲପାହାଡ ରାସ୍ତା ଦେଇ ଯାଉଥିବାବେଳେ ଏହାର ବିପରୀତ ଦିଗରୁ ଏକ ହାଇୱା ଆସି ବାଇକକୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ ହାଇୱା ଡ୍ରାଇଭର ସେଠାରୁ ଫେରାର ଥିବା ଜଣାପଡ଼ିଛି । ଏହି ଘଟଣାରେ ରେଙ୍ଗାଲି ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details