ଝାରସୁଗୁଡା: ନିଶା ଇଞ୍ଜେକ୍ସନ ଓ ନିଶା ବଟିକା କାରବାରରେ 2 ଜଣକୁ ଗିରଫ କରିଛି ଝାରସୁଗୁଡା ବ୍ରଜରାଜନଗର ପୋଲିସ । ଜିଲ୍ଲାରେ ବେଆଇନ କଫ୍ ସିରଫ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବାବେଳେ ଏବେ ନିଶା ବଟିକା କାରବାରକୁ ନେଇ ପୋଲିସ ଧରପଗଡ ଆରମ୍ଭ କରିଛି ।
ଗତ ଗୁରୁବାର ପୋଲିସର ପାଟ୍ରୋଲିଂ ସମୟରେ ମଣ୍ଡଳିଆ ଅଞ୍ଚଳର ବିନୋଦ ସାହୁ ବାଇକରେ ନିଶା ଔଷଧ ଧରି ଯାଉଥିବା ବେଳେ ଧରାପଡିଥିଲା। ପୋଲିସ ତା ନିକଟରୁ 5 ଶହଟି pentazocine lactate injection ଜବତ କରିବା ସହ ପଚରାଉଚୁରା କରିଥିଲା । ଏହି ସମୟରେ ପୋଲିସ ଜାଣିବାକୁ ପାଇଥିଲା ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିକଟସ୍ଥ ଲିପଲୋଇ ଅଞ୍ଚଳର ବିଜୟ ପାତ୍ରଙ୍କ ଠାରୁ ସେ ଏହି ଇଞ୍ଜେକ୍ସନ ଓ ବଟିକା ଆଣି ବିକୁଥିଲା।