ଓଡିଶା

odisha

ETV Bharat / state

କୋରୋନା ରୋଗୀଙ୍କ ପାଇଁ 2ଟି ଆମ୍ବୁଲାନ୍ସ , ଉଦଘାଟନ କଲେ ଜିଲ୍ଲାପାଳ

କୋରୋନା ରୋଗୀଙ୍କ ସେବା ଉଦ୍ଦେଶ୍ୟରେ 2ଟି ଆମ୍ବୁଲାନ୍ସ ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ ହୋଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ପାଇଁ 2ଟି ଆମ୍ବୁଲାନ୍ସ
କୋରୋନା ରୋଗୀଙ୍କ ପାଇଁ 2ଟି ଆମ୍ବୁଲାନ୍ସ

By

Published : May 28, 2021, 7:17 AM IST

ଝାରସୁଗୁଡ଼ା: କୋରୋନା ରୋଗୀଙ୍କ ସେବା ଉଦ୍ଦେଶ୍ୟରେ 2ଟି ଆମ୍ବୁଲାନ୍ସ ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ ହୋଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ପୂର୍ବରୁ ୪୨ ଗୋଟି ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ ଥିବା ବେଳେ ଏହି ସଂଖ୍ୟା ଏବେ ୪୪ରେ ପହଞ୍ଚିଛି ।

କୋରୋନା ରୋଗୀଙ୍କ ପାଇଁ 2ଟି ଆମ୍ବୁଲାନ୍ସ

ଜୟ ହନୁମାନ ଉଦ୍ୟୋଗ ଓ ଅପର୍ଣ୍ଣା ୱାର୍ଲଡ ସ୍କୁଲ ପକ୍ଷରୁ ଏହି ଦୁଇଟି ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ କୁଲୁ, ଜୟ ହନୁମାନ ଉଦ୍ୟୋଗର ତତ୍ତ୍ଵାବଧାରକ ଅନୀଲ କେଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details