ଓଡିଶା

odisha

ETV Bharat / state

ଝାରସୁଗୁଡ଼ାରୁ ବ୍ରାଉନସୁଗାର ଜବତ: ୩ ଗିରଫ, ଜଣେ ଫେରାର - ଝାରସୁଗୁଡ଼ାରୁ ବ୍ରାଉନସୁଗାର ଜବତ

ଝାରସୁଗୁଡ଼ାରୁ ଜବତ ହେଲା ବ୍ରାଉନସୁଗାର । ଏୟାରପୋର୍ଟ ଛକରୁ ପ୍ରାୟ ୧୭ଗ୍ରାମ ବ୍ରାଉନସୁଗାର ଜବତ କରିଛି ଟାଉନ ଥାନା ପୋଲିସ୍ । ଘଟଣାରେ ୩ ଜଣ ଯୁବକ ଗିରଫ, ଜଣେ ଫେରାର । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରୁ ବ୍ରାଉନସୁଗାର ଜବତ: ୩ ଗିରଫ, ଜଣେ ଫେରାର
ଝାରସୁଗୁଡ଼ାରୁ ବ୍ରାଉନସୁଗାର ଜବତ: ୩ ଗିରଫ, ଜଣେ ଫେରାର

By

Published : May 26, 2022, 7:48 AM IST

ଝାରସୁଗୁଡ଼ା:ବ୍ରାଉନସୁଗାରଜବତ କରିବାରେ ସଫଳ ହେଲା ଝାରସୁଗୁଡ଼ା ପୋଲିସ୍ । ଟାଉନ ଥାନା ପୋଲିସ୍ ଏୟାରପୋର୍ଟ ଛକରୁ ପ୍ରାୟ ୧୭ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ୩ ଜଣ ଯୁବକଙ୍କୁ ପୋଲିସ୍ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି KTM ବାଇକ, ପ୍ରାୟ ୧୩ ହଜାର ନଗଦ ଟଙ୍କା ଓ ଗୋଟିଏ ମୋବାଇଲ ମଧ୍ୟ ଜବତ କରିଛି ।

ଝାରସୁଗୁଡ଼ାରୁ ବ୍ରାଉନସୁଗାର ଜବତ: ୩ ଗିରଫ, ଜଣେ ଫେରାର

ସୂଚନା ଅନୁଯାୟୀ, କଲିକତା ଓ ରାଞ୍ଚିରୁ ପ୍ରଚୁର ପରିମାଣର ବ୍ରାଉନସୁଗାର ଆଣି ଏହାକୁ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଥିଲା । ତେବେ ଗତକଲି ଅପରାହ୍ନରେ ରାଉରକେଲାରୁ ବ୍ରାଉନସୁଗାର ଆସୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ୍ ବିଭିନ୍ନ ସ୍ଥାନରେ ନାକା ଚେକିଂ କରିଥିଲା । ଏୟାରପୋର୍ଟ ଛକରେ ଯାଞ୍ଚ ସମୟରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଧରା ପଡ଼ିଥିବା ଅଭିଯୁକ୍ତ ମାନେ ମଙ୍ଗଳବଜାର ଅଞ୍ଚଳର ଜିତେଶ କୁମ୍ଭାର, ଏମଡି ମୁମତାଜ ଓ ଇରସାଦ ଖାନ ବୋଲି ପୋଲିସ୍ ସୂଚନା ଦେଇଛି । ଆଜି ମେଡିକାଲ ଯାଞ୍ଚ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳଛି । ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details