ଓଡିଶା

odisha

ETV Bharat / state

କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୪ ବର୍ଷ - ବିସ୍ଥାପନ ବିରୋଧୀ ଜନମଞ୍ଚର ଶୋଭାଯାତ୍ରା

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ଆଜି(ଗୁରୁବାର) ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କଳିଙ୍ଗ ନଗରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

kalinga nagar
କଳିଙ୍ଗନଗର ଗୁଳିକାଣ୍ଡ ୧୪ ବର୍ଷ

By

Published : Jan 2, 2020, 12:12 PM IST

Updated : Jan 2, 2020, 1:10 PM IST

ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଛି ୧୪ ବର୍ଷ। ଏହି ଅବସରରେ ଆଜି(ଗୁରୁବାର) ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କଳିଙ୍ଗନଗରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଘଟଣାର ସ୍ମୃତିରେ ପ୍ରତିବର୍ଷ ଏହି ଦିନକୁ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ।

କଳିଙ୍ଗନଗର ଗୁଳିକାଣ୍ଡ ୧୪ ବର୍ଷ

ପ୍ରଥମେ ଗୁଳିକାଣ୍ଡସ୍ଥଳ ଚମ୍ପାକୋଇଲି ଠାରେ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ପରେ ଏକ ଶୋଭାଯାତ୍ରା ଡୁବୁରି ଛକ ଦେଇ ସମାଧି ସ୍ଥଳ ଆମ୍ବଗାଡିଆ ଠାରେ ପହଞ୍ଚିବ। ଏଥିରେ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବହୁ ଆଦିବାସୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

ସେଠାରେ ଏକ ସୃତିସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ଓ ନେତା ସାମିଲ ହେବେ। ଏଥିସହିତ ବିଭିନ୍ନ ଗଣ ସଙ୍ଗଠନ ମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେପଟେ ଏହି କାର୍ଯ୍ୟକ୍ରମ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

୨୦୦୬ ମସିହା ଜାନୁଆରୀ ୨ ରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଆଦିବାସୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୧୪ ଜଣ ଆଦିବାସୀ ପ୍ରାଣ ହରାଇଥିବାବେଳେ ଜଣେ ପୋଲିସ ମଧ୍ୟ ଶହୀଦ ହୋଇଥିଲେ। ଏହି ପ୍ରାଣ ହରାଇଥିବା ଆଦିବାସୀ ମାନଙ୍କ ସ୍ମୃତିରେ ଜାନୁଆରୀ ୨ ତାରିଖକୁ ସହୀଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 2, 2020, 1:10 PM IST

ABOUT THE AUTHOR

...view details