ଯାଜପୁର:ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ । ଏନେଇ କୋରେଇ ବ୍ଳକ ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ସସ୍ମିତା ତରେଇ ଆଗରେ ଥିବା ଜଣାପଡିଛି । ଜିଲ୍ଲାର ୩୯ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ବିଜେଡି ସମସ୍ତ ଜୋନରେ ବିଜୟ ଲାଭ କରିଥିବାରୁ ଶାସକ ବିଜେଡି ଯାହାର ନାଁରେ ମୋହର ମାରିବ ସେ ଅଧ୍ୟକ୍ଷା ପଦ ହାତେଇବ ବୋଲି କୁହାଯାଇଛି । କୋରେଇ ବ୍ଲକର ୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ତରେଇ ଏହି ଦୌଡରେ ଆଗରେ ଥିବାବେଳେ ବ୍ଲକର ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ନଳିନୀ ପ୍ରଭା ଜେନା ମଧ୍ୟ ଏହି ଦୌଡ଼ରେ ସାମିଲ ଥିବା ଜଣାପଡିଛି ।
ସେହିପରି ଗତକାଲି ଯାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ନାଥସାହି ପଞ୍ଚାୟତର ସମିତି ସଭ୍ୟା ସ୍ବର୍ଣ୍ଣଲତା ପରିଡା ନିର୍ବାଚିତ ହୋଇଛନ୍ତି। ଯାଜପୁର ବ୍ଲକ ର 26 ଟି ପଞ୍ଚାୟତରେ ଅଧିକାଂଶ ସମିତି ସଭ୍ୟା ବିଜୁ ଜନତା ଦଳ ସମର୍ଥୀତ ହୋଇଥିବାରୁ ସ୍ବର୍ଣ୍ଣଲତା ଏକ ମାତ୍ର ପ୍ରାର୍ଥୀନି ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଫଳରେ ନିର୍ବାଚନ ଅଧିକାରୀ ସ୍ବର୍ଣ୍ଣଲତାଙ୍କୁ ବ୍ଲକ ଅଧକ୍ଷା ଭାବେ ଘୋଷଣା କରିଥିଲେ।