ଓଡିଶା

odisha

ETV Bharat / state

ବିଶ୍ୱକପରେ ହାରିଲା ଭାରତ, ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ ! - ବିଶ୍ବକପରେ ଭାରତ ହାରିବାରୁ ଜୀବନ ହାରିଲେ ଯୁବକ

ବିଶ୍ବକପରେ ଭାରତ ହାରିବାରୁ ଜୀବନ ହାରିଲେ ଯୁବକ । ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ଅଧିକ ପଢ଼ନ୍ତୁ

youth reportedly commits suicide
youth reportedly commits suicide

By ETV Bharat Odisha Team

Published : Nov 20, 2023, 2:31 PM IST

Updated : Nov 20, 2023, 2:41 PM IST

ଜୀବନ ହାରିଲେ ଯୁବକ

ଯାଜପୁର: ବିଶ୍ବକପରେ ହାରିଲା ଭାରତ, ଜୀବନ ହାରିଲେ ଯୁବକ । ଅଷ୍ଟ୍ରେଲିଆ ଠାରୁ ଭାରତ ପରାଜୟ ବରଣ କରିବା ପରେ ସହ୍ୟ କରିନପାରି ଜୀବନ ହାରିଛନ୍ତି 23 ବର୍ଷୀୟ ଯୁବକ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳ ସାହିରେ । ମୃତ ଯୁବକ ହେଉଛନ୍ତି ଦେବରଞ୍ଜନ ଦାସ । ପଡ଼ୋଶୀ ଘର ଛାତରେ ଥିବା ଏକ ରଡ଼ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ପୁଅର ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକେ ଜରି ବିଟ୍‌ ହାଉସ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଦେବ ରଞ୍ଜନ ଜଣେ ମାନସିକ ବିକାରଗସ୍ତ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ସେ କ୍ରିକେଟ ପ୍ରେମୀ ଥିବା ବେଳେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଦେଖୁଥିଲେ । ଏଥିରେ ଭାରତ ହାରିଯାଇଥିବାରୁ ପରାଜୟକୁ ସହ୍ୟ ନକରି ପରି ସେ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରଛି ପୋଲିସ l

ଏହା ମଧ୍ୟ ପଢନ୍ତୁ-ସହି ପାରିଲେନି ଚକଡ଼ା ଚଡ଼କ, ହତାଶ ହୋଇ ଜୀବନ ହାରିଲେ ଚାଷୀ

ଦେବରଞ୍ଜନ ଦାସ ଜଣେ କ୍ରିକେଟ୍‌ ପ୍ରେମୀ ଥିଲା। ଯେଉଁଠିବି କ୍ରିକେଟ ମ୍ୟାଚ୍‌ ହୁଏ ସେ ଦେଖିବାକୁ ଯାଏ । ସେ କାଲି ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ ଫାଇନାଲ ମ୍ୟାଚ୍‌ ଦେଖୁଥିଲା । କାଳେ ଭାରତ ହାରିଯିବ ବୋଲି ତା ମନରେ ଭୟ ରହିଥିଲା । ସେ ସମାନ୍ୟ ମାନସିକ ବିକାରଗସ୍ତ ମଧ୍ୟ ଥିଲେ । ଆଜି ସକାଳେ ତାର ମୃତ୍ୟୁ ଖବର ମିଳିଲା । କେଉଁ କାରଣ ଯୋଗୁଁ ତାର ମୃତ୍ୟୁ ହୋଇଛି ତାହା ଆମକୁ ଜଣାନାହିଁ ।

ଏହା ମଧ୍ୟ ପଢନ୍ତୁ-ପାଠପଢା ନେଇ ମାଆ ସହ ପୁଅର ବଚସା, ଜୀବନ ହାରିଲେ ନାବାଳକ

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ 2023 ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ବିଶ୍ବକପ ଫାଇନାଲରେ ଭାରତ ହାରିବା ପରେ 140 କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି । ଭାରତର ତୃତୀୟ ଟାଇଟଲ ହାତେଇବା ସ୍ବପ୍ନ ଚୁରମାର ହୋଇଛି । ଏଥିରେ ପ୍ରଥମେ ବ୍ୟାଟିଂ କରି ଭାରତ 240 ରନ କରିଥିଲା । କଙ୍ଗାରୁ ଦଳ 4 ୱିକେଟ ହରାଇ 43 ଓଭରରେ 141 ରନ କରି ବିଜୟୀ ହୋଇଥିଲା ।

ଇଟିଭି ଭାରତ, ଯାଜପୁର

Last Updated : Nov 20, 2023, 2:41 PM IST

ABOUT THE AUTHOR

...view details