ଓଡିଶା

odisha

ETV Bharat / state

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ

young man was stabbed during a minor altercation
ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ

By

Published : Dec 7, 2020, 5:20 PM IST

Updated : Dec 7, 2020, 6:24 PM IST

17:13 December 07

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ

ଯାଜପୁର :ଯାଜପୁର ରୋଡ ଥାନା ରେଲଓ୍ବେ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା ।  ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ କରାଯାଇଛି ଛୁରା ମାଡ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।  

ସୂଚନା ମୁତାବକ କୋରେଇ ବ୍ଳକ ତିସୁଆ ଗାଁର ବିରଞ୍ଚି ମହାରଣା ଗାଡି ଚଲେଇବାକୁ  ଯାଜପୁର ରେଲୱେ ଷ୍ଟେସନ ଅଞ୍ଚଳକୁ ଆସିଥିଲେ ।  କୌଣସି ଏକ କଥାକୁ ନେଇ ବିରଞ୍ଚି ଓ ଅନ୍ୟଜଣେ ଯୁବକ ସୁଧୀରଙ୍କ ମଧ୍ୟରେ କଳହ ହୋଇଥିଲା ।  ବଚସାଟି ଉଗ୍ରରୂପ ନେବାରୁ ଟ୍ୟାକ୍ସି ଆସୋସେସନର ସଦସ୍ୟମାନେ ଦୁଇଜଣଙ୍କୁ ବୁଝାସୁଝା କରିଥିଲେ । ପରେ  ଏକ ଧାରୁଆ ଅସ୍ତ୍ର ଆଣି  ବିରଞ୍ଚିକୁ ଆକ୍ରମଣ କରିଥିଲା ସୁଧିର । ପରେ ବିରଞ୍ଚିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଥିଲା । ହେଲେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛୁରାମାଡ କରିଥିବା ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 7, 2020, 6:24 PM IST

ABOUT THE AUTHOR

...view details