ଯାଜପୁର: ମାଛ ଧରୁଥିବାବେଳେ ଯୁବକଙ୍କୁ ପାଣି ଭିତରକୁ ଟାଣି ନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତରେ । ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁର ମୁରଲୀଧର ମଲିକଙ୍କ ପୁଅ ସୌମ୍ୟରଞ୍ଜନ। ଆଜି(ବୁଧବାର) ଖରସ୍ରୋତା ନଦୀର ଶାଖା ଚିଙ୍ଗୁଡ଼ିଆ ନାଳରେ ଦୁଇ ଭାଇ ମାଛ ଧରିବାକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ମାଛ ଧରୁଥିବାବେଳେ ଟାଣିନେଲା କୁମ୍ଭୀର: ଯୁବକ ନିଖୋଜ - ଯାଜପୁର କୁମ୍ଭୀର ଆକ୍ରମଣ
ମାଛ ଧରୁଥିବାବେଳେ ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତରେ । ଅଧିକ ପଢନ୍ତୁ...
ମାଛ ଧରୁଥିବା ବେଳେ ଟାଣିନେଲା କୁମ୍ଭୀର: ଯୁବକ ନିଖୋଜ
ପ୍ରଥମେ ବଡ଼ ଭାଇକୁ କୁମ୍ଭୀର ଟାଣି ନେଇଥିବାବେଳେ ନଦୀ ଆରପଟେ ଥିବା ସାନ ଭାଇ ସୌଭାଗ୍ୟକୁ ଡାକ ପକାଇଥିଲା । ସୌଭାଗ୍ୟ ଯିବା ସମୟରେ କୁମ୍ଭୀରଟି ବଡ଼ଭାଇକୁ ନଦୀ ଭିତରକୁ ଟାଣି ନେଇଯାଇଥିଲା । ସ୍ଥାନୀୟ ଲୋକେ ବହୁ ସମୟ ଧରି ଖୋଜାଖୋଜି କରି ବିଫଳ ହୋଇଥିଲେ । ପରେ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳଯାଇଛି । ଅନ୍ୟପଟେ ବରି ବିଧାୟିକା ସୁନନ୍ଦା ଦାସ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ନିଖୋଜ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ