ଓଡିଶା

odisha

ETV Bharat / state

ରେଳ ଷ୍ଟେସନରେ ଯାତ୍ରୀଙ୍କୁ ମେଡିସିନ ଦେଇ ଦେବଦୂତ ସାଜିଲେ ଯୁବକ - ଯାଜପୁର ରୋଡ ଷ୍ଟେସନରେ ଔଷଧ ପହଞ୍ଚାଇଲେ ଯୁବକ

ମାଡ୍ରାସ ହାଉଡ଼ା ସ୍ପେଶାଲ ସୁପର ଫାଷ୍ଟ ଏକ୍ସପ୍ରେସରେ ଚେନ୍ନାଇରୁ ହାଉଡ଼ା ଯାଉଥିବା ଏକ ପରିବାରକୁ ସାହାଯ୍ୟ କଲେ ଯାଜପୁର ରୋଡର ଜଣେ ଯୁବକ । ସମ୍ପୃକ୍ତ ଯୁବକ ଜଣକ ଜ୍ବର ହୋଇଥିବା ଏକ ଛୋଟ ଛୁଆ ପାଖରେ ମେଡିସିନ୍ ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି । ଅଧିକ ପଢନ୍ତୁ...

ରେଳ ଷ୍ଟେସନରେ ଯାତ୍ରୀଙ୍କ ନିକଟରେ ମେଡିସିନ ପହଞ୍ଚାଇ ଚର୍ଚ୍ଚାରେ ଯୁବକ
ରେଳ ଷ୍ଟେସନରେ ଯାତ୍ରୀଙ୍କ ନିକଟରେ ମେଡିସିନ ପହଞ୍ଚାଇ ଚର୍ଚ୍ଚାରେ ଯୁବକ

By

Published : Jun 16, 2021, 10:35 AM IST

ଯାଜପୁର: ରେଳଷ୍ଟେସନରେ ଜଣେ ଯାତ୍ରୀଙ୍କୁ ମେଡ଼ିସିନ ଦେଇ,ଦେବଦୂତ ସାଜିଲେ ସତ୍ୟ ସାଇ ସଙ୍ଗଠର ସଦସ୍ୟ ଚନ୍ଦନ ପରିଡା । ଗତକାଲି(ମଙ୍ଗଳବାର) ମଧ୍ୟାହ୍ନରେ ମାଡ୍ରାସ ହାଉଡ଼ା ସ୍ପେଶାଲ ସୁପର ଫାଷ୍ଟ ଏକ୍ସପ୍ରେସରେ ଚେନ୍ନାଇରୁ ହାଉଡ଼ା ଯାଉଥିଲେ ନେହା ବଂଶଲ ଓ ତାଙ୍କ ପରିବାର ।

ରେଳ ଷ୍ଟେସନରେ ଯାତ୍ରୀଙ୍କ ନିକଟରେ ମେଡିସିନ ପହଞ୍ଚାଇ ଚର୍ଚ୍ଚାରେ ଯୁବକ

ହଠାତ୍ ନେହା ବଂଶଲଙ୍କ ଦୁଇ ବର୍ଷର ଝିଅକୁ ବାଟରେ ଭୀଷଣ ଜ୍ବର ହୋଇଥିଲା । ଓଡିଶା ବାବଦରେ କିଛି ଜାଣିନଥିବା ବଂଶଲ ପରିବାର ଝିଅକୁ ନେଇ ବହୁତ ଟେନସନ୍ ହୋଇ ଯାଇଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ସତ୍ୟ ସାଇ ମନ୍ଦିରର ସଦସ୍ୟ ଚନ୍ଦନ ପରିଡାଙ୍କ ନମ୍ବର ପାଇଥିଲେ ନେହା ବଂଶଲ । ଏହାପରେ ଝିଅର ଜ୍ବର ବାବଦରେ ଚନ୍ଦନ ଖବର ପାଇଥିଲେ । ଚନ୍ଦନ ଏନେଇ ଜାଣିବା ମାତ୍ରେ ଔଷଧ ନେଇ ତୁରନ୍ତ ଯାଜପୁର ରୋଡ ରେଳ ଷ୍ଟେସନରେ ପହଞ୍ଚି ଯାଇଥିଲେ । ଚନ୍ଦନଙ୍କର ଏପରି ସାହାଯ୍ୟ ମନବୃତ୍ତିକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details